ଲୋପ ପାଇବ ଅନେକ ଗ୍ରାମ୍ୟ ବ୍ୟାଙ୍କ, ୫୬ରୁ ହ୍ରାସ ପାଇ ୩୬ରେ ପହଞ୍ଚିବ!

ନୂଆଦିଲ୍ଲୀ: ସରକାର ସାର୍ବଜନିକ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା କେତେକ ବ୍ୟାଙ୍କ ସମେତ କିଛି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ(ଆରଆରବି)କୁ ଏକିକୃତ କରିବାକୁ ଯାଉଛନ୍ତି। ସରକାର ଚିନ୍ତା କରୁଛନ୍ତି ଯେ, ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା ୫୬ରୁ ୩୬ ଭିତରେ ସୀମିତ ରଖିବେ।

ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ କେନ୍ଦ୍ର ସରକରା ରାଜ୍ୟ ସରକାରମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। କାରଣ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟ ପ୍ରାୟୋଜକ ଅଟନ୍ତି। ଏହା ବ୍ୟତୀତ କିଛି ରାଜ୍ୟ ସରକାର ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକୁ ଲୋପ କରିବାକୁ ଚାହୁଁଛନ୍ତି।

ସରକାର ଆଗାମୀ ଦିନରେ ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ଲୋପ କରିବେ। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଅର୍ଥ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି ଯେ, ‘ଆରଆରବି’ର ପ୍ରସ୍ତାବିତ ସଂଖ୍ୟା ୫୬ରୁ ହ୍ରାସ ପାଇଁ ୩୬ରେ ପହଞ୍ଚିବ।

ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଗଠନ ଆରଆରବି ଅଧିନୟମ ୧୯୭୬ ଅନୁସାରେ କରାଯାଇଛି। କ୍ଷୁଦ୍ର ଚାଷୀ, କୃଷି ଶ୍ରମିକ ଓ ଗ୍ରାମାଞ୍ଚଳରେ କାରୀଗରଙ୍କୁ ଋଣ ତଥା ଅନ୍ୟ ସୁବିଧା ଦେବା ଏହାର ଲକ୍ଷ୍ୟ ଥିଲା। ଏହି ଆଇନ ୨୦୧୫ରେ ସଂଶୋଧନ କରାଯାଇଥିଲା। ଏହି ଆଧାରରେ ଏହି ବ୍ୟାଙ୍କମାନେ କେନ୍ଦ୍ର, ରାଜ୍ୟ ସରକାର ଓ ପ୍ରାୟୋଜକ ବ୍ୟାଙ୍କରୁ ରାଶି ଏକତ୍ର କରିବାକୁ ଅନୁମତି ମିଳିଥିଲା। ବର୍ତ୍ତମାନ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ୫୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୧୫ ପ୍ରତିଶତ ଅଂଶବିଶେଷ ରହିଛି।

ସମ୍ବନ୍ଧିତ ଖବର