ଏସି ବଗିରେ ମିଳିବନି ଦାମୀ ତଉଲିଆ

ନୂଆଦିଲ୍ଲୀ: ଟ୍ରେନ୍‌ର ଏସି ବଗି ଗୁଡ଼ିକରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଦାମୀ ମୁହଁପୋଛ ତଉଲିଆ ଆଉ ସେମାନଙ୍କୁ ମିଳିବ ନାହିଁ। ଦାମୀ ମୁହଁପୋଛା ତଉଲିଆ ଗୁଡ଼ିକ ଟ୍ରେନ୍‌ରେ ଚୋରି ହୋଇ ଯାଉଛି। ଏଥିଯୋଗୁଁ ଦାମୀ ତଉଲିଆ ସ୍ଥାନରେ ଶସ୍ତା ନାପ୍‌କିନ୍‌ ଯୋଗାଇ ଦିଆଯିବ। ଯାତ୍ରୀମାନଙ୍କୁ ଏବେ ଦିଆଯାଉଥିବା ମୁହଁ ପୋଛା ତଉଲିଆର ଦାମ୍‌ ପ୍ରାୟ ୩ ଟଙ୍କା ୫୩ ପଇସା ରହୁଛି। ଏଗୁଡ଼ିକୁ କିଣିବା, ସାଇତି ରଖିବା ଏବଂ ସଫା କରିବା ଆଦି ଖର୍ଚ୍ଚ ଏଥିରେ ସାମିଲ ରହିଛି।

ସମ୍ବନ୍ଧିତ ଖବର