ଆସନ୍ତା ମାସରୁ ବଢିପାରେ ଟିଭି, ଏସି, ଫ୍ରିଜ ଓ ଲାପଟପର ମୂଲ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ମାସ କିଣନ୍ତୁ କାରଣ ଆସନ୍ତା ମାସରୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି | କମ୍ପାନୀଗୁଡିକ କହିଛନ୍ତି ଯେ କ୍ରମାଗତ ଭାବେ ଦ୍ରବ୍ୟ ମୂଲ୍ୟ ବଢିବା ସହ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ ହେତୁ ସେମାନଙ୍କ ଉପରେ ବୋଝ ପଡୁଛି | ଆଉ ଏହି ବୋଝକୁ ହାଲୁକା କରିବା ପାଇଁ ମୂଲ୍ୟ ବୃଦ୍ଧି କରାଯିବ | ଅନ୍ୟପଟେ ୱାର୍କ ଫ୍ରମ ହୋମ ସହ ଅନଲାଇନ କ୍ଲାସ ଯୋଗୁଁ ଲାପଟପ୍ ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି |

୨ ମାସର ଲକଡାଉନ ପରେ ବ୍ୟବସାୟୀମାନେ ପୁଣି ଥରେ ଦୋକାନ ଖୋଲିଛନ୍ତି, ତେଣୁ ଗ୍ରାହକଙ୍କୁ ବଡ଼ ରିହାତିର କମ୍ ବିକଳ୍ପ ମିଳିବ | ଚଳିତ ବର୍ଷ ଜାନୁୟାରୀ ଆରମ୍ଭରୁ ଟିଭି, ଫ୍ରିଜ୍, ଏସି ଏବଂ ଲାପଟପ୍ ପରି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଆଉ ଆସନ୍ତା ମାସରୁ କମ୍ପାନୀଗୁଡିକ ପୁଣି ୧୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି | ମୂଲ୍ୟ ବୃଦ୍ଧି ପଛରେ କମ୍ପାନୀଗୁଡିକ ଅନେକ କାରଣ କହିଛନ୍ତି |

ଉଦାହରଣ ସ୍ୱରୂପ, ମାଇକ୍ରୋପ୍ରୋସେସର ଏବଂ ପ୍ୟାନେଲ ପରି ଅତ୍ୟାବଶ୍ୟକ ଉପାଦାନଗୁଡ଼ିକର ଅଭାବ, କଞ୍ଚାମାଲ ଏବଂ ତମ୍ବାର ମୂଲ୍ୟରେ ବୃଦ୍ଧି ହେବା ସାଙ୍ଗକୁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କଷ୍ଟମ୍ ଡ୍ୟୁଟିର ବୃଦ୍ଧି ହେତୁ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର