ହରିଦ୍ବାର: ପତଞ୍ଜଳି ଯୋଗପୀଠର ସମ୍ପାଦକ ଆଚାର୍ଯ୍ୟ ବାଲକୃଷ୍ଣ ଶ୍ରୀକଣ୍ଠ ପର୍ବତ ଓ ହର୍ଷିଲ ହର୍ଣ୍ଣ ପିକ୍-୨ର ମଧ୍ୟ ଭାଗରେ ଥିବା ଶିଖର ଦେଶରେ ପହଞ୍ଚିଛନ୍ତି। ସେହି ଶିଖରର ଉଚ୍ଚତା ହେଉଛି ୧୭,୫୦୦ ଫୁଟ। ନେହରୁ ପର୍ବତାରୋହଣ ପ୍ରତିଷ୍ଠାନର ଅଧ୍ୟକ୍ଷ କର୍ଣ୍ଣେଲ ଭଦୋରିଆ ଓ ପତଞ୍ଜଳି ଟିମ୍ ଅଲଗା ଅଲଗା ହୋଇ ଦୁଇ ପର୍ବତକୁ ଆରୋହଣ କରିବା ଯୋଜନା କରିଥିଲେ। ଆଚାର୍ଯ୍ୟ ବାଲକୃଷ୍ଣଙ୍କ ନେତୃତ୍ବରେ ସେମାନେ ସଫଳତାର ସହ ଦୁଇ ପର୍ବତକୁ ଆରୋହଣ କରିବା ସହ ହିମାଳୟରେ ସାକ୍ଷାତ କୈଳାସ ଓ ନନ୍ଦୀଙ୍କ ଦର୍ଶନ ସୌଭାଗ୍ୟ ହାସଲ କରିଥିଲେ। ସେହି ଦୁଇ ପର୍ବତକୁ କୈଳାସ ଶିଖର ଓ ନନ୍ଦୀ ଶିଖର ଭାବେ ନାମକରଣ କରାଯାଇଛି। ଏହି ପର୍ବତାରୋହଣ ଦଳରେ ଆଚାର୍ଯ୍ୟଙ୍କ ସହିତ ଡାକ୍ତର ରାଜେଶ ମିଶ୍ର, ଡାକ୍ତର ଭାସ୍କର ଯୋଶୀ, ସୁରଜ ଓ ଲୋକେଶ ପାୱାର ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp