ଭୁବନେଶ୍ବର: ଗ୍ରାମୀଣ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ଲାଗି ପତଞ୍ଜଳି ଦ୍ବାରା ଅନେକ କାର୍ଯ୍ୟକ୍ରମ ଚାଲିଛି। ଏଥିସହିତ ସରକାରୀ ଯୋଜନାକୁ ଗାଁ ଗାଁରେ ପହଞ୍ଚାଇବା ଲାଗି ମଧ୍ୟ ସଂସ୍ଥା ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି କ୍ରମରେ ପତଞ୍ଜଳି ଯୋଗପୀଠର ଆଚାର୍ଯ୍ୟ ବାଲକୃଷ୍ଣ ନୂଆଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ମନ୍ତ୍ରୀ ନାରାୟଣ ତାତୁ ରାଣେ ଏବଂ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମାଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି।
ପତଞ୍ଜଳି ଦ୍ବାରା କରାଯାଉଥିବା ସେବା କାର୍ଯ୍ୟକୁ ମନ୍ତ୍ରୀ ଦ୍ବୟ ପ୍ରଶଂସା କରିଥିଲେ। ଗାଁର ବିକାଶ ପାଇଁ ପତଞ୍ଜଳି ବଡ଼ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି। ଆଚାର୍ଯ୍ୟ ବାଲକୃଷ୍ଣ କହିଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଗତି ଆଣୁଥିବା ଏମ୍ଏସ୍ଏମ୍ଇର ବିକାଶରେ ପତଞ୍ଜଳିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପତଞ୍ଜଳିର ସେବା ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ଆରମ୍ଭ କରି ଉତ୍ତର ପୂର୍ବାଞ୍ଚଳର ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଦୁର୍ଗମ ଏବଂ ପଛୁଆ ଅଞ୍ଚଳରେ ରୋଜଗାରର ଅବସର ସୃଷ୍ଟି କରି ସମୃଦ୍ଧିର ଦ୍ବାର ଖୋଲିଛୁ ଏବଂ ଗାଁରୁ ଲୋକଙ୍କ ପଳାୟନକୁ ରୋକିପାରିଛୁ। ଦେଶର ବିକାଶ ଗାଁରୁ ହୋଇଥାଏ। ତେଣୁ ଗାଁକୁ ସମୃଦ୍ଧ କରିବାକୁ ହେବ ବୋଲି ଆଚାର୍ଯ୍ୟ ବାଲକୃଷ୍ଣ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/dagdadgdgdg.jpg)