ନୂଆଦିଲ୍ଲୀ: ଇ-କମର୍ସ କଂପାନି ୱେବସାଇଟ୍ରେ ଲେଖାଯାଉଥିବା ଜାଲ ଓ ବିଭ୍ରାନ୍ତୀକର ରିଭ୍ୟୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ସହଜରେ ଉପଲବ୍ଧ ହୋଇଥିବାରୁ ବହୁ ଲୋକ ଅନ୍ଲାଇନ୍ରେ ଜିନିଷ କିଣାକିଣି କରିବାକୁ ପସନ୍ଦ କରୁଛନ୍ତି। ସପିଙ୍ଗ୍ ସାଇଟ୍ରେ ଗ୍ରାହକମାନେ ଉତ୍ପାଦ ଉପରେ ଯେଉଁ ରିଭ୍ୟୁ ଲେଖିଥାନ୍ତି ତାହା ପଢ଼ି ସେମାନେ କିଣିବା ନିଷ୍ପତ୍ତି ନେଇଥାନ୍ତି। ସେହି ରିଭ୍ୟୁଗୁଡ଼ିକ କେତେ ସତ ତାହା ଜାଣିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଅଧିକାଂଶ ରିଭ୍ୟୁ ଜାଲ କିମ୍ବା ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଭଳି ଲେଖା ହୋଇଥିବା ଅଭିଯୋଗ ହେଉଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଓ ଭାରତୀୟ ବିଜ୍ଞାପନ ମାନକ ପରିଷଦ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ଏସଂକ୍ରାନ୍ତରେ ଆଲୋଚନା କରିବେ। ଗ୍ରାହକଙ୍କ ଉପରେ ଜାଲ ରିଭ୍ୟୁର ପ୍ରଭାବ ବିଷୟରେ ଆଲୋଚନା ହେବ ଓ ତାହାର ମୁକାବିଲା ଲାଗି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରିବାକୁ ଉଦ୍ୟମ କରାଯିବ। ଏହି ବୈଠକରେ ଭାଗ ନେବା ଲାଗି ଫ୍ଲିପ୍କାର୍ଟ, ଆମାଜନ, ଟାଟା ସନ୍ସ, ରିଲାଏନ୍ସ ରିଟେଲ୍ ଭଳି ଇ-କମର୍ସ ସଂସ୍ଥା, ଉପଭୋକ୍ତା ମଞ୍ଚ, ଆଇନ ବିଶ୍ବବିଦ୍ୟାଳୟ, ଆଇନଜୀବୀ, ଶିଳ୍ପ ସଂଘ ଫିକି, ସିଆଇଆଇ ଓ ଉପଭୋକ୍ତା ଅଧିକାର ସୁରକ୍ଷା କର୍ମୀଙ୍କୁ କୁହାଯାଇଛି।
ଇ-କମର୍ସ ସାଇଟ୍ର ଜାଲ୍ ରିଭ୍ୟୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ
/sambad/media/post_attachments/wp-content/uploads/2021/07/online.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)