ଗୁରୁଗ୍ରାମ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଚର୍ଚ୍ଚିତ ମଡେଲ୍ ଆକ୍ଟିଭାର ଗ୍ରାହକ ସଂଖ୍ୟା ୩.୫ କୋଟିରୁ ଅଧିକ ହୋଇଛି। ଭାରତରେ ଆକ୍ଟିଭା ୧୧୦, ଆକ୍ଟିଭା ୧୨୫ ଓ ଆକ୍ଟିଭା ଆଇ ଭଳି ମଡେଲ୍ ବିକ୍ରି ହେଉଛି। ୨୦୦୧ରେ ଆକ୍ଟିଭା ପ୍ରଥମେ ବଜାରକୁ ଆସିଥିଲା। ୨୪ ବର୍ଷ ମଧ୍ୟରେ କମ୍ପାନି ଏହି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି।
ହୋଣ୍ଡାର ବଜାର ଉପସ୍ଥିତିକୁ ବଢ଼ାଇବାରେ ଏହା ବିଶେଷ ଭୂମିକା ଗ୍ରହଣ କରିଥିଲା। ବ୍ୟବହାର କରିବାକୁ ସହଜ, ସ୍ଥାୟୀ, ଭଲ ମାଇଲେଜ ଓ ମାନସିକ ଶାନ୍ତି ପ୍ରଦାନ କରୁଥିବାରୁ ଆକ୍ଟିଭା ଗ୍ରାହକଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ହୋଇଥିଲା। କମ୍ପାନି ପକ୍ଷରୁ ନିୟମିତ ବ୍ୟବଧାନରେ ଆକ୍ଟିଭାକୁ ଅପ୍ଗ୍ରେଡ୍ କରାଯାଉଛି। ତେଣୁ ତାହା ପରିବାରଗୁଡ଼ିକର ପ୍ରଥମ ପସନ୍ଦର ଦୁଇଚକିଆ ଯାନ ହୋଇରହିଛି। ନିକଟରେ କମ୍ପାନି ପକ୍ଷରୁ ଆକ୍ଟିଭା ଓ ଆକ୍ଟିଭା ୧୨୫ର ଆନିଭର୍ସରି ଏଡିସନ୍ ଉନ୍ମୋଚନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/30/activa-2025-10-30-00-39-49.jpg)