ଗୁଗୁଲ ଆପଣଙ୍କ କେଉଁ ସବୁ ସୂଚନା ରଖୁଛି ଏମିତି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ସ୍ମାର୍ଟଫୋନର ଏହି ଯୁଗରେ ଗୁଗୁଲ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। କୁହାଯାଇଥାଏ କି ଆମେ ଫୋନରେ ଯାହା ବି କରୁ, ଗୁଗୁଲ ଏହାକୁ ସିଧାସଳଖ ନୀରିକ୍ଷଣ କରେ ଏବଂ ଗୁଗୁଲ ଆମର ସମସ୍ତ ତଥ୍ୟକୁ ତାହାର ସର୍ଭରରେ ସଂରକ୍ଷଣ କରିବା ଆରମ୍ଭ କରେ ।

ଯଦିଓ ଗୁଗୁଲ ବ୍ୟବହାରକାରୀଙ୍କ ‌‌‌କୌଣସି ତଥ୍ୟର ଅପବ୍ୟବହାର ନକରିବାକୁ କହିଥାଏ, କିନ୍ତୁ ଯେତେବେଳେ ଆପଣଙ୍କର ବ୍ୟକ୍ତିଗତ କାର୍ଯ୍ୟକଳାପ ଅନ୍ୟ କାହା ଉପରେ ନିର୍ଭର କରେ, ତେବେ ଆପଣଙ୍କ ତଥ୍ୟ କେତେବେଳେ ବି ଭୁଲ ହାତକୁ ଚାଲିଯାଇ ଅପବ୍ୟବହାର ହେବାର ସମ୍ଭାବନା ରହିଥାଏ। ଏଭଳି ପରିସ୍ଥିତିରେ ସହଜରେ ଗୁଗୁଲ ପାଖରେ ଆପଣଙ୍କ କ’ଣ ସବୁ ତଥ୍ୟ ରହିଛି ସେସବୁ ଜାଣିପାରିବେ।

ଏହା ଜାଣିବା ପାଇଁ ଆପଣଙ୍କୁ ଗୁଗୁଲ୍ ଆକାଉଣ୍ଟ୍ ବିଭାଗକୁ ଯିବାକୁ ପଡିବ । ଯଦି ଆପଣ ଡେସ୍କଟପରେ ଅଛନ୍ତି, ତେବେ ଉପର ଡାହାଣ ପାର୍ଶ୍ୱରେ ଆପଣଙ୍କ ଆକାଉଣ୍ଟର ଫଟୋ ଦେଖାଯିବ। ଯଦି ଆପଣ କିଛି ଇମେଜ୍ ରଖିଛନ୍ତି ତେବେ ସେହି ଚିତ୍ର ଦୃଶ୍ୟମାନ ହେବ ।

ଗୁଗୁଲ୍ ଆକାଉଣ୍ଟର ଫଟୋ ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ମ୍ୟାନେଜ ଓ ଆକାଉଣ୍ଟର ବିକଳ୍ପ ଦେଖାଦେବ। ଏହା ଉପରେ କ୍ଲିକ୍ କରିବା ପରେ ଏକ ନୂତନ ପୃଷ୍ଠା ଖୋଲିବ। ଯେଉଁଥିରେ ବାମ ପାର୍ଶ୍ୱରୁ ତୃତୀୟ ନମ୍ବରରେ ଡାଟା ଏବଂ ପ୍ରାଇଭେସିର ବିକଳ୍ପ ଦେଖାଯିବ। ଏହା ଉପରେ କ୍ଲିକ୍ କରିବାକୁ ପଡିବ ।

ଏହା ପରେ ପୁରା ଲେଖା ଆପଣଙ୍କ ସାମ୍ନାରେ ଖୋଲିବ। ଏଥିରେ ଆପଣ କ’ଣ କରିଛନ୍ତି ଏବଂ ଆପଣ କେଉଁକେଉଁଠାକୁ ଯାଇଛନ୍ତି ତାହା ଦେଖିବାକୁ ସମର୍ଥ ହେବ । ଏଥିରେ ଆପଣ କେବଳ ଜିମେଲ ଦେଖିବାକୁ ପାଇବେ ନାହିଁ, ଗୁଗୁଲ୍ ମ୍ୟାପର ଟାଇମ୍ ଲାଇନ୍, ୟୁଟ୍ୟୁବ୍ ୱାଚ୍ ଏବଂ ସର୍ଚ୍ଚ ହିଷ୍ଟ୍ରି ମଧ୍ୟ ପାଇବେ ।

ଏହା ବ୍ୟତୀତ ଆପଣ ମାଇ ଗୁଗୁଲ୍ ଆକ୍ଟିଭିଟି ଅଧୀନରେ ଜାଣିପାରିବେ କି କେବେ କ’ଣ ସର୍ଚ୍ଚ କରିଛନ୍ତି। ଏହାକୁ ବନ୍ଦ କରିବା ପାଇଁ ଆପଣଙ୍କ ପାଖରେ ମଧ୍ୟ ବିକଳ୍ପ ରହିବ। ଆପଣ ଏହାକୁ କିଛି ସେଟିଂ ମାଧ୍ୟମରେ ବନ୍ଦ କରିପାରିବେ ।

ସମ୍ବନ୍ଧିତ ଖବର