ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍ ୧୪୮୫ କୋଟି ଟଙ୍କାରେ କରାଇକାଲ୍ ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌କୁ କିଣିଛି। ଏହି ବନ୍ଦରର ଫଇସଲା ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ହୋଇଛି। କରାଇକାଲ୍ ବନ୍ଦରକୁ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ତାହାକୁ ଟ୍ରିବ୍ୟୁନାଲ୍‌କୁ ଟାଣିଥିଲେ। ଏହି ବନ୍ଦରକୁ କିଣିବା ପରେ ଆଦାନି ଗ୍ରୁପ୍ ଅଧୀନରେ ଥିବା ବନ୍ଦର ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।