ସ୍ନୋମ୍ୟାନ୍ ଲଜିଷ୍ଟିକ୍ସର ଅଂଶଧନ କିଣିଲା ଆଦାନି

ନୂଆଦିଲ୍ଲୀ: ଆଦାନି ପୋର୍ଟସ୍‌ ଆଣ୍ଡ ଏସ୍‌ଇଜେଡ୍‌ର ସହାୟକ କମ୍ପାନି ଆଦାନି ଲଜିଷ୍ଟିକ୍ସ ସ୍ନୋମ୍ୟାନ୍ ଲଜିଷ୍ଟିକ୍ସର ୪୦.୨୫ ପ୍ରତିଶତ ଅଂଶଧନ କିଣିଛି। ଗେଟୱେ ଡିଷ୍ଟ୍ରିପାର୍କ୍ସଠାରୁ ୨୯୬ କୋଟିରେ ଏହି ଅଂଶଧନ ଆଦାନି କିଣିଛି। ଫଳରେ ଆଦାନି ଶୀତଳ ଭଣ୍ଡାର ଶୃଙ୍ଖଳ ବ୍ୟବସାୟରେ ପ୍ରବେଶ କରିଛି। ଆଦାନି ଗ୍ରାହକଙ୍କୁ ସବୁ ପ୍ରକାର ମାଲ ପରିବହନ ସେବା ଯୋଗାଇବା ଯୋଜନା ରଖିଛି। ତାହାକୁ ଦୃଷ୍ଟିରେ ରଖି କମ୍ପାନି ଏହି ଅଂଶଧନ କିଣିଛି। ବନ୍ଦରରୁ ଗାହକଙ୍କ ନିକଟରେ ସାମଗ୍ରୀକୁ ଠିକ୍ ଭାବରେ ପହଞ୍ଚାଇବା ପାଇଁ ଆଦାନି ଏହି ଅଂଶଧନ କିଣିଛି ବୋଲି ଆଦାନି ପୋର୍ଟ ଆଣ୍ଡ ଏସଇଜେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରଣ ଆଦାନି କହିଛନ୍ତି। ଦେଶର ୧୫ଟି ସହରର ୩୧ଟି ସ୍ଥାନରେ ସ୍ନୋମ୍ୟାନ ଲଜି‌ଷ୍ଟିକ୍ସର ଉପସ୍ଥିତି ରହିଛି।

ସମ୍ବନ୍ଧିତ ଖବର