ଆଦାନି ଗ୍ୟାସର ଅଂଶଧନ କିଣିବ ଟୋଟାଲ୍

ଅହମ୍ମଦାବାଦ/ଭୁବନେଶ୍ବର: ଆଦାନି ଗ୍ୟାସ୍‌ ଏବଂ ଫ୍ରାନ୍ସର ଶକ୍ତି କମ୍ପାନି ଟୋଟାଲ ସେମାନଙ୍କ ପୁରୁଣା ସମ୍ପର୍କକୁ ମଜଭୁତ କରିବେ। ଏହିକ୍ରମରେ ଆଦାନି ଗ୍ୟାସର ୩୭.୪ ପ୍ରତିଶତ ଅଂଶଧନକୁ ଟୋଟାଲ କିଣିବ। ଏହାପରେ ଦୁଇ କମ୍ପାନି ସିଟି ଗ୍ୟାସ ବିତରଣ ପାଇଁ ଭିତ୍ତିଭୂମି ବିକାଶ ଓ ସମ୍ପତ୍ତି ପାଇଁ ୧ ବିଲିଅନ ଆମେରିକୀୟ ଡଲାର ନିବେଶ କରିବେ। ୨୦୧୮ ଅକ୍ଟୋବରର ଘୋଷଣା ଅନୁଯାୟୀ, ଏଲ୍‌ଏନ୍‌ଜି, ଭିତ୍ତିଭୂମି, ମାର୍କେଟିଂ ଏବଂ ଫୁଏଲ୍‌ ରିଟେଲ୍‌ ବ୍ୟବସାୟରେ ହିଁ ଏହି ଅର୍ଥ ନିବେଶ ହେବ। ଦେଶର ୭୦ ପ୍ରତିଶତ ଲୋକଙ୍କ ନିକଟରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଏବଂ ସିଏନ୍‌ଜି ପହଞ୍ଚାଇବା ପାଇଁ ସରକାର ରଖିଥିବା ଯୋଜନା ଦିଗରେ ଏହା ସହାୟକ ହେବ। ଯୋଜନା ଅନୁଯାୟୀ, ଆଦାନି ପରିବାର ଏବଂ ଟୋଟାଲ ଏସଏ ଅଂଶଧନଧାରୀଙ୍କ ନିକଟରେ ୩୭.୪ ପ୍ରତିଶତ ‌ଲେଖାଏଁ ଅଂଶଧନ ରହିବ ଏବଂ ପବ୍ଲିକ ସେୟାରହୋଲଡରଙ୍କ ନିକଟରେ ବଳକା ୨୫.୨ ପ୍ରତିଶତ ଅଂଶଧନ ରହିବ। ଏତଦବ୍ୟତୀତ ଆଦାନି ଗ୍ୟାସ ଭାରତରେ ଫୁଏଲ ରିଟେଲ ବ୍ୟବସାୟକୁ କିଣିବ ଏବଂ ଆଗାମୀ ବର୍ଷ ଗୁଡ଼ିକରେ ୧୫୦୦ ଫୁଏଲ ଷ୍ଟେସନ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛି। ଆଦାନି ଗ୍ୟାସରେ ଟୋଟାଲର ପୁଞ୍ଜିନିବେଶ ଭାରତର ପ୍ରାକୃତିକ ଗ୍ୟାସ ଓ ଚାହିଦାର ସମ୍ଭାବନାକୁ ଅଧିକ ସଶକ୍ତ କରିବ ବୋଲି ଆଦାନି ଗ୍ରୁପ୍ ମୁଖ୍ୟ ଗୌତମ ଆଦାନି କହିଛନ୍ତି।

ସମ୍ବନ୍ଧିତ ଖବର