ପୁଅକୁ ସିମେଣ୍ଟ୍ ବ୍ୟବସା‌ୟ ଦାୟିତ୍ବ ଦେଲେ ଆଦାନି

ନୂଆଦିଲ୍ଲୀ : ବିଶ୍ବ ଧନୀ ତାଲିକାରେ ଆମାଜନ ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ପଦଚ୍ୟୁତ କରି ଚର୍ଚ୍ଚାରେ ଥିବା ଆଦାନି ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନି ନିଜର ଉତ୍ତରାଧିକାରୀ ଚୟନ ଆରମ୍ଭ କରିଛନ୍ତି। ବଡ଼ ପୁଅ କରଣ ଆଦାନିଙ୍କୁ ସେ ସିମେଣ୍ଟ୍‌ କାରବାର ସମ୍ଭାଳିବା ଦାୟିତ୍ବ ଦେଇଛନ୍ତି। କରନଙ୍କ ବୟସ ହେଉଛି ୩୫ ବର୍ଷ ଓ ସେ ଏବେ ଆଦାନି ପୋର୍ଟସ୍‌ ଆଣ୍ଡ୍‌ ସ୍ପେସିଆଲ ଇକୋନମିକ୍ ଜୋନ୍‌ ଲିମିଟେଡ୍‌ର ସିଇଓ ଭାବେ କାମ କରୁଛନ୍ତି। ସେ ବନ୍ଦର ଓ ସିମେଣ୍ଟ୍‌ କାରବାରକୁ ସମନ୍ବିତ କରି ଲଜି‌ଷ୍ଟିକ୍ସ କ୍ଷେତ୍ରରେ କଂପାନିର ସ୍ଥିତିକୁ ଆହୁରି ସୁଦୃଢ଼ କରିବେ। ନିକଟ‌ରେ ଅମ୍ବୁଜା-ଏସିସି ସିମେଣ୍ଟ୍‌କୁ ଆଦାନି ଗ୍ରୁପ୍ ଅଧିଗ୍ରହଣ କରିଥିଲା। ଅମ୍ବୁଜା ସିମେଣ୍ଟ୍‌ର ଅଧ୍ୟକ୍ଷ ଭାବେ ଗୌତମ ଆଦାନି କାମ କରିବେ। ଏସିସିର କାମ ସମ୍ଭାଳିବେ ପୁଅ କରନ।

ସମ୍ବନ୍ଧିତ ଖବର