ନୂଆଦିଲ୍ଲୀ : ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚର ସଙ୍ଗିନ ଅଭିଯୋଗ ପରେ ଅଡ଼ୁଆ ପରିସ୍ଥିତି ଦେଇ ଗତି କରୁଥିବା ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ନିବେଶକମାନଙ୍କ ବିଶ୍ବାସ ଫେରିପାଇବା ଲାଗି ସେୟାର ବନ୍ଧକ ରଖି ନେଇଥିବା ଋଣକୁ ନିର୍ଧାରିତ ସମୟ ପୂର୍ବରୁ ଶୁଝୁଛି। ଏହି ମର୍ମରେ କଂପାନି ଆଉ ୨୧୫ କୋଟି ଡଲାରର ଋଣ ପରିଶୋଧ କରିଛି। ମାର୍ଚ୍ଚ ୩୧ ସୁଦ୍ଧା ଏହି ଋଣ ପରିଶୋଧ କରିବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ଅମ୍ବୁଜା ସିମେଣ୍ଟ୍କୁ କିଣିବା ଲାଗି ନିଆଯାଇଥିବା ଋଣରୁ ୫୦୦ ନିୟୁତ ଡଲାରକୁ ମଧ୍ୟ କଂପାନି ପରିଶୋଧ କରିସାରିଛି। ଏହା ପୂର୍ବରୁ ୨୦୨୫ରେ ପରିଶୋଧ ହେବାକୁ ଥିବା ୭,୩୭୪ କୋଟି ଟଙ୍କାର ଋଣକୁ ଆଦାନି ଗ୍ରୁପ୍ ଆଗୁଆ ପରିଶୋଧ କରିଥିଲା। ଜିକ୍ୟୁଜି ପାର୍ଟନର୍ସ ନାମକ ସଂସ୍ଥାକୁ ଚାରିଟି ଆଦାନି କଂପାନିର ସେୟାର ବିକ୍ରି କରି ଗୌତମ ଆଦାନି ୧୫,୦୦୦ କୋଟି ଟଙ୍କା ହାସଲ କରିଥିଲେ। ଋଣ ପରିଶୋଧ କରିବା ଲାଗି ଅମ୍ବୁଜା ସିମେଣ୍ଟ୍ର ଅଂଶଧନ ବିକ୍ରି କରି ୩୦୦୦ କୋଟି ଟଙ୍କା ଯୋଗାଡ଼ କରିବା ଲାଗି ଆଦାନି ଉଦ୍ୟମ କରୁଥିବା ଆଲୋଚନା ହେଉଛି।
ଆଦାନି ଆଗୁଆ ଶୁଝିଲେ ଆଉ ୨୧୫ କୋଟି ଡଲାର ଋଣ
/sambad/media/post_attachments/wp-content/uploads/2023/03/adani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)