ଦିନକୁ ୧୬୧୨ କୋଟି ଆୟ କରୁଛନ୍ତି ଗୌତମ ଅଦାନୀ

ମୁମ୍ବାଇ : ଶିଳ୍ପପତି ଗୌତମ ଅଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଅତିକ୍ରମ କରି ବିଶ୍ବର ୨ୟ ବଡ଼ ଧନୀରେ ପରିଣତ ହୋଇଛନ୍ତି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ତାଙ୍କର ମୋଟ ସଂପତ୍ତି ପରିମାଣ ୧୫୦ ବିଲିୟନ ଡଲାର ଥିବାବେଳେ ବେଜୋସଙ୍କ ମୋଟ ସଂପତ୍ତି ପରିମାଣ ୧୪୫ କୋଟିକୁ ଖସିଆସିଛି । ତେବେ ୧ ନମ୍ବର ସ୍ଥାନରେ ଥିବା ଏଲନ୍ ମସ୍କଙ୍କ ମୋଟ ସଂପତ୍ତି ପରିମାଣ ୨୬୮ ବିଲିୟନ ଡଲାର ରହିଛି ।

ତେବେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ କମିବାର ଏକ ବଡ଼ କାରଣ ହେଉଛି ଗତ ପ୍ରାୟ ଏକ ସପ୍ତାହରେ ଜେଫ ବେଜୋସଙ୍କ ସଂପତ୍ତି କମିଚାଲିଛି । ଗୋଟିଏ ବର୍ଷରେ ତାଙ୍କର ମୋଟ ସଂପତ୍ତି ପ୍ରାୟ ୪୭ ବିଲିୟନ ଡଲାର କମିଛି । ଅନ୍ୟପକ୍ଷରେ ଅଦାନୀଙ୍କ ମୋଟ ସଂପତ୍ତି ପରିମାଣ ଅତି ଦ୍ରୁତ ଗତିରେ ବଢିଚାଲିଛି । ବର୍ଷକ ମଧ୍ୟରେ ତାଙ୍କର ମୋଟ ସଂପତ୍ତି ପରିମାଣ ଦୁଇଗୁଣିତ ହୋଇଯାଇଛି । ଗତ ଏକ ବର୍ଷ ମଧ୍ୟରେ ତାଙ୍କର ମୋଟ ସଂପତ୍ତିରେ ୭୩ ବିଲିୟନ ଡଲାର ଯୋଗ ହୋଇଛି । ଅର୍ଥାତ୍ ଦିନକୁ ତାଙ୍କର ହାରାହାରି ଆୟ ୧୬୧୨ କୋଟି ଟଙ୍କା ।

ଅନ୍ୟପକ୍ଷରେ ଭାରତର ନଂ୨ ଧନୀ ମୁକେଶ ଅମ୍ବାନି ଏବେ ୯ ନମ୍ବର ସ୍ଥାନରେ ରହିଛି । ଗତ ବର୍ଷ ତୁଳନାରେ ତାଙ୍କର ସଂପତ୍ତି ୧.୧୮ ବିଲିୟ ଡଲାର କମିଛି ।

ଆମେରିକାରେ ମୁଦ୍ରାସ୍ପୀତି ବଢୁଥିବାରୁ ଆମେରିକୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ଏହି କାରଣରୁ ବିଶ୍ବ ନଂ୧ ଧନୀ ଏଲନ ମସ୍କ ଓ ନଂ୨ ଜେଫ ବୋଜୋସଙ୍କ ସଂପତ୍ତିରେ ଦ୍ରୁତ ହ୍ରାସ ଦେଖାଦେଇଛି ।

 

ସମ୍ବନ୍ଧିତ ଖବର