ଆଦାନି ହେଲେ ବିଶ୍ବର ପଞ୍ଚମ ବଡ଼ ଧନୀ, ମୁକେଶଙ୍କୁ ହଟାଇ ଭାରତରେ ଏକ ନମ୍ବର

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ବିଶ୍ବର ପଞ୍ଚମ ବଡ଼ ଧନୀ ଭାବ ଉଭା ହୋଇଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ଆମେରିକାର ଚର୍ଚ୍ଚିତ ନିବେଶକ ୱାରେନ୍ ବଫେଟଙ୍କୁ ସେ ହଟାଇ ଦେଇଛନ୍ତି। ଫୋର୍ବସ୍‌ ତଥ୍ୟ ଅନୁଯାୟୀ ବଫେଟଙ୍କ ସମ୍ପତ୍ତି ମୂଲ୍ୟ ୧୨,୧୭୦ କୋଟି ଡଲାର ରହିଥିବା ବେଳେ ଆଦାନିଙ୍କ ସମ୍ପତ୍ତି ମୂଲ୍ୟ ୧୨,୩୭୦ କୋଟି ଡଲାର ହୋଇଯାଇଛି। ଏଥି ସହିତ ଆଦାନି ଭାରତର ଏକ ନମ୍ବର ଧନୀ ଭାବେ ଉଭା ହୋଇଛନ୍ତି। ଦୀର୍ଘ ବର୍ଷ ଧରି ତାଲିକାର ଶୀର୍ଷ ସ୍ଥାନରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ୧୦,୪୭୦ କୋଟି ଡଲାର ରହିଛି। ବଫେଟ୍‌ଙ୍କ କଂପାନି ବର୍କସାୟାର ହାଥାୱେର ସେୟାର ମୂଲ୍ୟ ୨ ପ୍ରତିଶତ ହ୍ରାସ ପାଇବା ପରେ ତାଙ୍କ ସମ୍ପତ୍ତି କମିଯାଇଛି। ଏବେ ଆଦାନିଙ୍କଠାରୁ କେବଳ ଏଲନ୍ ମସ୍କ, ଜେଫ୍‌ ବେଜୋସ୍, ବର୍ନାଡ୍ ଆର୍ନଲ୍ଟ ଓ ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ଅଧିକ ରହିଛି।

ସମ୍ବନ୍ଧିତ ଖବର