ମୁକେଶ ଅମ୍ଵାନୀ ନୁହଁନ୍ତି, ଗୌତମ ଆଦାନି ଏବେ ଭାରତର ଏକ ନମ୍ବର ଧନୀ

ମୁମ୍ବାଇ: ଗତ ଦୁଇ ଦିନ ହେଲା ଭାରତୀୟ ଶେୟାର ବଜାରରେ ମାନ୍ଦାବସ୍ଥା ଲାଗି ରହିଛି । ଏହା ଦ୍ଵାରା ରିଲାୟନ୍ସର ଶେୟାର ହ୍ରାସ ପାଇଛି। ଏହା ଦ୍ଵାରା ମୁକେଶ ଅମ୍ବାନୀଙ୍କ ଆୟ ହ୍ରାସ ପାଇଛି । ଯାହା ଫଳରେ ଜାନୁଆରୀ ୨୫ ଦିନ ଗୌତମ ଅଦାନୀ ଆୟରେ ମୁକେଶ ଅମ୍ବାନୀଙ୍କ ଠାରୁ ଆଗେଇ ଯାଇଛନ୍ତି ଓ ଭାରତର ଏକ ନମ୍ବର ଧନୀ ହୋଇଯାଇଛନ୍ତି। ଫୋର୍ବ୍ସର ତଥ୍ୟ ଅନୁଯାୟୀ ଅଦାନୀଙ୍କ ସମ୍ପତ୍ତି ୯୦ ବିଲିଅନ୍ ଡଲାର(୬ ଲକ୍ଷ ୭୨ ହଜାର କୋଟି ଟଙ୍କା) ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୮୯.୮ ବିଲିଅନ ଡଲାର(୬.୭୧ ଲକ୍ଷ କୋଟି ଟଙ୍କା) । ଆୟ ଅନୁସାରେ ଗୌତମ ଅଦାନି ଏବେ ବିଶ୍ଵର ୧୧ତମ ଧନୀ ବ୍ୟକ୍ତି ।

ବମ୍ବେ ଷ୍ଟୋକ ଏକ୍ସଚେଞ୍ଜର ତଥ୍ୟ ଅନୁଯାୟୀ ରିଲାୟନ୍ସ ଇଣ୍ଡୁଷ୍ଟ୍ରିଜର ଶେୟାର ମୂଲ୍ୟ ଗତ ଦୁଇ ଦିନରେ ୧୫୫ ଟଙ୍କା ହ୍ରାସ ପାଇଛି । ଫୋର୍ବ୍ସ ଅନୁଯାୟୀ ଦୁଇ ଦିନରେ ମୁକେଶ ଅମ୍ବାନୀଙ୍କ ଆୟରେ ୭ ଆରବ ଡଲାର(୫୨ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଫୋର୍ବ୍ସ ତଥ୍ୟ ଅନୁସାରେ ୩୧ ଡିସେମ୍ବର ୨୦୨୧ ଦିନ ଗୌତମ ଅଦାନିଙ୍କ ଆୟ ୭୮ ଆରବ ଡଲାର(୫ ଲକ୍ଷ ୮୨ ହଜାର ଟଙ୍କା) ଥିଲା । ଯାହା ୧୮ ଜାନୁଆରୀ ୨୦୨୨ ଦିନ ବଢି ୯୩ ଆରବ ଡଲାର (୬ ଲକ୍ଷ ୯୫ ହଜାର କୋଟି ଟଙ୍କା) ହୋଇଥିଲା । ଏବେ ଗୌତମ ଅଦାନିଙ୍କ ସମ୍ପତ୍ତି ମୂଲ୍ୟ ୬ ଲକ୍ଷ ୭୨ ହଜାର କୋଟି ଟଙ୍କା । ଅର୍ଥାତ୍ ଗୌତମ ଅଦାନିଙ୍କ ଆୟ ନୂଆ ବର୍ଷରେ ସବୁଦିନ ୬ ହଜାର କୋଟି ଟଙ୍କାରୁ ଅଧିକ ବଢିଛି ।

ଅଦାନି ଗ୍ରୁପର ୬ଟି କମ୍ପାନୀ ଭାରତୀୟ ଶେୟାର ବଜାରରେ ତାଲିକାଭୁକ୍ତ ହୋଇଛନ୍ତି। ଏହି ବର୍ଷ ଜାନୁଆରିରେ ହିଁ ଏହି କମ୍ପାନିଗୁଡିକୁ ୫ ପ୍ରତିଶତରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଛି। ଅଦାନି ଗ୍ରୁପର ଉର୍ଜା କମ୍ପାନିଗୁଡିକର ଶେୟାରରେ ସବୁଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ଅଦାନୀ ଗ୍ରୀନ୍ ଉର୍ଜା ସବୁଠାରୁ ଅଧିକ ୪୫ ପ୍ରତିଶତ ବୃଦ୍ଧି ହାସଲ କରିଛି । ଏହା ବ୍ୟତୀତ ଅଦାନୀ ଟ୍ରାନ୍ସମିଶନ ଓ ଅଦାନୀ ପାଓ୍ଵାରରେ ମଧ୍ୟ ନିବେଶକମାନଙ୍କୁ କମ ସମୟରେ ଅଧିକ ରିଟର୍ଣ୍ଣ ମିଳିଛି ।

ସମ୍ବନ୍ଧିତ ଖବର