ବିଶ୍ବ ଧନୀ ତାଲିକାରେ ୧୧ତମ ସ୍ଥାନକୁ ଖସିଆସିଲେ ଗୌତମ ଅଦାନୀ

ମୁମ୍ବାଇ : ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଷ୍ଟକ ବଜାରରେ ଅଦାନୀ ଗ୍ରୁପ ଅନ୍ତର୍ଗତ ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଚାଲିଛି । ଫଳରେ ଗୌତମ ଅଦାନୀଙ୍କ ବ୍ୟକ୍ତିଗତ ସଂପତ୍ତି ପରିମାଣ ବି କମିଯାଇଛି । ଏଥିପାଇଁ ଦିନେ ବିଶ୍ବର ୩ ନମ୍ବର ଧନୀ ହୋଇପାରିଥିବା ଗୌତମ ଏବେ ଧନୀ ତାଲିକାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ବି ନାହାନ୍ତି ।

ବ୍ଲୁମ୍ବର୍ଗ ବିଲିୟନେର ସୂଚକାଙ୍କ ଅନୁସାରେ ଗତ ୨୬ ଜାନୁଆରିରେ ଗୌତମଙ୍କ ମୋଟ ସମ୍ପତ୍ତିର ପରିମାଣ ଥିଲା ୧୧୩ ବିଲିୟନ ଡଲାର, କିନ୍ତୁ ୩୦ ଜାନୁଆରିରେ ତାହା ୮୪.୪ ବିଲିୟନ ଡଲାରକୁ ଖସିଆସିଛି । ଫଳରେ ୨୬ ତାରିଖରେ ବିଶ୍ବର ୩ ନମ୍ବର ସ୍ଥାନରେ ଥିବା ଅଦାନୀ ଏବେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ବି ନାହାନ୍ତି । ସେ ୧୧ତମ ସ୍ଥାନକୁ ଖସିଆସିଛନ୍ତି ।

ଗତ ସପ୍ତାହରେ ଆମେରିକାର ହିଣ୍ଡନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରି କହିଥିଲା ଯେ ଅଦାନୀ ଗ୍ରୁପ ହିସାବରେ ଗୋଳମାଳ ଓ ସେୟାର ମୂଲ୍ୟରେ ହେରଫେର କରି ନିଜର ମୂଲ୍ୟ ବଢାଚାଲିଛି । ଏହାକୁ ଏକ ସ୍କାମ ବୋଲି କହିଥିଲା ହିଣ୍ଡେନବର୍ଗ ।

କିନ୍ତୁ ଏହାର ଜବାବ ଦେଇ ଅଦାନୀ ଗ୍ରପ କହିଥିଲା ଯେ ହିଣ୍ଡେନବର୍ଗ ରିପୋର୍ଟରେ କୌଣସି ସତ୍ୟତା ନାହିଁ ଓ ଏହି ରିପୋର୍ଟରେ ମିଛ କୁହାଯାଇଛି । ଏହା ସତ୍ତ୍ବେ ଅଦାନୀର ସେୟାର ମୂଲ୍ୟ କମିଚାଲିଛି ।

 

ସମ୍ବନ୍ଧିତ ଖବର