ବିପଦରେ ମୁକେଶ ଅମ୍ବାନିଙ୍କ ୧ନଂ ଧନୀ ଆସନ, ଟପିଗଲେ ଗୌତମ ଅଦାନି

ମୁମ୍ବାଇ :  ବିଗତ ପ୍ରାୟ କିଛି ବର୍ଷ ହେବ ଭାରତ ତଥା ଏସିଆର ୧ ନମ୍ବର ଧନୀ ମାନ୍ୟତା ପାଇଥିବା ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଆସନ ଟଳମଳ ହୋଇଯାଇଛି । ଅନ୍ୟତମ ଭାରତୀୟ ଶିଳ୍ପପତି ତଥା ଅଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନି ତାଙ୍କୁ ୧ ନମ୍ବର ଆସନରୁ କିଛି ସମୟ ପାଇଁ ହଟାଇବାରେ ସଫଳ ହୋଇଛନ୍ତି ।

ବୁଧବାର ଦିନ ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ହ୍ରାସ ପାଇଥିବା ବେଳେ ଅଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି ପାଇଥିଲା । ଏହା ଫଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ କ୍ୟାପିଟାଲାଇଜେସନ (ବଜାର ପୁଞ୍ଜି) ହ୍ରାସ ପାଇଥିଲା ଓ ମୁକେଶଙ୍କ ସଂପତ୍ତି ମଧ୍ୟ କମିଥିଲା । ଏହା ଫଳରେ ଗୌତମ ଅଦାନି କିଛି ସମୟ ପାଇଁ କେବଳ ଭାରତ ନୁହେଁ ସମଗ୍ର ଏସିଆର ୧ନମ୍ବର ଧନୀରେ ପରିଣତ ହୋଇଯାଇଥିଲେ । ପରେ ପୁଣି ମୁକେଶ ନିଜର ୧୧ନମ୍ବର ଆସନ ଫେରି ପାଇଥିଲେ ।

ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ଏବେ ମୁକେଶଙ୍କ ମୋଟ ସଂପତ୍ତିର ପରିମାଣ ୯୧ ବିଲିୟନ ଡଲାର ଥିବାବେଳେ ଗୌତମଙ୍କ ସଂପତ୍ତିର ପରିମାଣ ପ୍ରାୟ ୮୯ ବିଲିୟନ ଡଲାର ରହିଛି ।

ସାଉଦି ଆରାମକୋ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କରିଥିବା ଚୁକ୍ତି ରଦ୍ଦ ହେବା  ପରେ ବିଗତ କିଛି ଦିନ ହେବ ରିଲାଏନ୍ସର ସେୟାର ମୂଲ୍ୟ ହ୍ରାସ ପାଇଚାଲିଛି । ଅନ୍ୟପକ୍ଷରେ ଗତ ପ୍ରାୟ ୧ ବର୍ଷ ହେବ ଅଦାନି ଗ୍ରୁପ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଦ୍ରୁତ ଗତିରେ ବଢିଚାଲିଛି ।

ସମ୍ବନ୍ଧିତ ଖବର