ନୂଆଦିଲ୍ଲୀ : ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ସଙ୍ଗିନ ଅଭିଯୋଗ ପରେ ଅଡ଼ୁଆ ସ୍ଥିତି ଦେଇ ଗତି କରୁଥିବା ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ଏବେ ଋଣ ପରିଶୋଧ କରିବା ଉପରେ ମନୋନିବେଶ କରିଛି। ଋଣକୁ ଯଥା ସମ୍ଭବ ହ୍ରାସ କରିବା ଲାଗି ଏହା ଅମ୍ବୁଜା ସିମେଣ୍ଟ୍‌ର ଅଂଶଧନ ବିକ୍ରି କରି କରି ୪୫୦ ନିୟୁତ ଡଲାର ହାସଲ କରିବା ଉପରେ ବିଚାର କରୁଛି। ଅମ୍ବୁଜା ସିମେଣ୍ଟ୍‌ର ୪-୫ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ଆନ୍ତର୍ଜାତିକ ଋଣ ପ୍ରଦାନକାରୀଙ୍କୁ ଆଦାନି ଅନୁରୋଧ କରିଛନ୍ତି। ଗତବର୍ଷ ୧୦୫୦ କୋଟି ଡଲାରରେ ହୋଲ୍‌ସିମ୍‌ ଏଜିଠାରୁ ଅମ୍ବୁଜା ସିମେଣ୍ଟ୍‌ ଓ ଏସିସି ଲିମିଟେଡ୍‌କୁ ଆଦାନି କିଣିଥିଲେ।