ନୂଆଦିଲ୍ଲୀ: ଆସନ୍ତା ୩୫ ଦିନ ଭିତରେ ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ବିଶ୍ବର ଦ୍ବିତୀୟ ବଡ଼ ଧନୀ ହେବାର ସମ୍ଭାବନା ରହିଛି। ପ୍ରାୟ ୧୨,୧୦୦ କୋଟି ଡଲାର ସମ୍ପତ୍ତି ସହ ବର୍ତ୍ତମାନ ସେ ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ଏଲନ୍ ମସ୍କଙ୍କ ସମ୍ପତ୍ତି ୧୩,୩୦୦ କୋଟି ଡଲାର ରହିଛି।
୨୦୨୨ରେ ଆଦାନିଙ୍କ ସମ୍ପତ୍ତି ୪,୪୦୦ କୋଟି ଡଲାର ବଢ଼ିଥିଲା ଏବଂ ମସ୍କ ପ୍ରାୟ ୨୦ ହଜାର କୋଟି ଡଲାର ହରାଇଛନ୍ତି। ୨୦୨୩ରେ ଯଦି ସେହି ଧାରା ବଜାୟ ରହିବ ତେବେ ଆଦାନିଙ୍କୁ ଦ୍ବିତୀୟ ସ୍ଥାନରେ ପହଞ୍ଚିବାରୁ କେହି ଅଟକାଇପାରିବେ ନାହିଁ। ଦ୍ବିତୀୟ ସ୍ଥାନରେ ପହଞ୍ଚିବା ଲାଗି ଆଦାନିଙ୍କୁ ପାଞ୍ଚ ସପ୍ତାହ ଲାଗିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ବର୍ତ୍ତମାନ ବିଶ୍ବ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ଲୁଇ ଭୁଟନର ମାଲିକ ବର୍ନାର୍ଡ ଆର୍ନଲ୍ଟଙ୍କ ନାମ ରହିଛି।