ନୂଆଦିଲ୍ଲୀ: ଫର୍ଚ୍ୟୁନ୍ ବ୍ରାଣ୍ଡ୍ରେ ବଜାରରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଆଦାନି ୱିଲ୍ମାର୍ ସ୍ବିଜରାଲଣ୍ଡ୍ର ମ୍ୟାକର୍ମିକ୍ କମ୍ପାନି ଠାରୁ ‘କୋହିନୁର’ ବ୍ରାଣ୍ଡ୍ର ବାସମତୀ ଚାଉଳକୁ କିଣିଛି। ତେବେ ଏହି ପ୍ରସିଦ୍ଧ ବ୍ରାଣ୍ଡ୍କୁ ଆଦାନି ୱିଲମାର କେତେ ଟଙ୍କାରେ କିଣିଛି ତାହା ସ୍ପଷ୍ଟ କରିନାହିଁ। କିନ୍ତୁ ଏହି ଅଧିଗ୍ରହଣ ଫଳରେ ଭାରତରେ କୋହିନୁର ବ୍ରାଣ୍ଡ୍ର ବାସମତୀ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ବିକ୍ରି କରିବାର ସ୍ବତନ୍ତ୍ର ଅଧିକାର ହାସଲ କରିଛି। ଉକ୍ତ ଅଧିଗ୍ରହଣ ଫଳରେ ଆଦାନି ୱିଲ୍ମାର୍ ଏହାର ଗ୍ରାହକଙ୍କ ନିକଟରେ ଆହୁରି ଅଧିକ ପ୍ରିମିୟମ ଶ୍ରେଣୀର ଉତ୍ପାଦ ପହଞ୍ଚାଇ ପାରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp