ମୋବାଇଲ ନମ୍ବର ସହ ଆଧାର କାଡକୁ ସଂଯୋଗ କରାଇବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ପର୍ଯ୍ୟନ୍ତ ରହିଛି ଅନେକ ପ୍ରଶ୍ନ। ଲୋକମାନେ ଚିନ୍ତା କରୁଛନ୍ତି କାଳେ ତାଙ୍କର ମୋବାଇଲ ନମ୍ବରର ଦୁରୂପୋଯୋଗ ହେବ। ଆଧାର ଅଥରିଟି ୟୁଆଇଡିଏଆଇ ମୋବାଇଲ ନମ୍ବର ଆଧାର ସହ ଲିଙ୍କ୍ କରିବାର କିଛି ଲାଭ ବିଷୟରେ ବର୍ଣ୍ଣନା କରିଛି। ଏଥିରେ ଶୀଘ୍ର ସିମ୍ ମିଳିବା ସହ ଆଉ ଅନେକ ସୁବିଧା ମିଳେ। ତେବେ ଆସନ୍ତୁ ଏହାର ସୁବିଧା ବିଷୟରେ ଆଲୋଚନା କରିବା . . .
- ମୋବାଇଲ ନମ୍ବର ସହ ଆଧାର କାର୍ଡ ସଂଯୋଗ କରିବା ଦ୍ୱାରା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କ ନାମରେ ଫର୍ଜି ସିମ୍ ବାହାର କରିପାରିବେ ନାହିଁ। କାରଣ ସିମ୍ ନେବା ପାଇଁ ବାୟୋମେଟ୍ରିକ୍ କିମ୍ବା ଓଟିପି ଦରକାର ହେବ।
- ମୋବାଇଲ ନମ୍ବର ଆଧାରରେ ଲିଙ୍କ୍ କରିବା ପରେ ଆପଣଙ୍କ ପାଇଁ ଇ-କେୱାଇସି ଭେରିଫିକେସନ୍ କରିବା ବହୁତ ସଜହ ହୋଇଯାଏ। ଏଥିରେ କେବଳ ଶୀଘ୍ର ସେବା ମିଳିବା ସହିତ ଅନେକ ଦସ୍ତାବିଜ ଦାଖଲ କରିବା ପରି ଅସୁବିଧାରୁ ମଧ୍ୟ ରକ୍ଷାମିଳେ।
- ୟୁଆଇଡିଏଆଇ ଅନୁସାରେ ମୋବାଇଲ ନମ୍ବର ସହ ଆଧାର ନମ୍ବର ସହ ସଂଯୋଗ କଲେ, ଆପଣଙ୍କ ମୋବାଇଲ୍ ନମ୍ବର ଅଧିକ ସୁରକ୍ଷିତ ରୁହେ।
- ସିମ୍ ସହ ଆଧାର ଲିଙ୍କ୍ କରିବା ଦ୍ୱାରା ଘରେ ବସି ମ୍ୟୁଚୁଆଲ ଫଣ୍ଡ ସମେତ ଅନେକ ସେବାର ଲାଭ ଉଠାଇପାରିବେ। ଯଦି ଆପଣଙ୍କ ଆଇସିଆଇସିଆଇ ବ୍ୟାଙ୍କରେ ଖାତା ଖୋଲିଛନ୍ତି , ତେବେ ଆପଣ ପିପିଏଫ୍ ଖାତା ମଧ୍ୟ ଘରେ ବସି ବସି ଖୋଲିପାରିବେ।
- ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବା ଦ୍ୱାରା ଆପଣ ଅନେକ ସ୍ଥାନରେ ବିନା ଦସ୍ତାବିଜରେ ଆପ୍ଲିକେସନ ଦେଇପାରିବେ। ଆଉ ଏଥିପାଇଁ ଅନେକ ପ୍ରକାର ଡକ୍ୟୁମେଂଟ ନିଜ ପାଖରେ ରଖିବା ପାଇଁ ପଡ଼ିବ ନାହିଁ।