ନୂଆଦିଲ୍ଲୀ: ପୋଷ୍ଟ୍ ଅଫିସ୍ରେ ସମସ୍ତ ପ୍ରକାର ଜମା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍ ବିକାଶ ପତ୍ର ଖରିଦ ସମୟରେ ଆଧାର ସଂଯୁକ୍ତ କରିବା ବାଧ୍ୟତାମୂଳକ ହୋଇଛି। ଯେଉଁମାନେ ଆଗରୁ ପୋଷ୍ଟ୍ ଅଫିସ୍ରେ ଜମା କରିଛନ୍ତି କିମ୍ବା ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍ ବିକାଶ ପତ୍ର ଖରିଦ କରିଛନ୍ତି, ସେମାନେ ଡିସେମ୍ବର ୩୧ ସୁଦ୍ଧା ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଥ ମନ୍ତ୍ରାଳୟ ଏ ନେଇ ୪ଟି ଭିନ୍ନ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ଏହି ଏହି ବିଜ୍ଞପ୍ତିରେ କୁହାଯାଇଛି କି ପୋଷ୍ଟ୍ ଅଫିସ୍, ପ୍ରୋଭିଟେଣ୍ଟ୍ ଫଣ୍ଡ୍, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍ ବିକାଶ ପତ୍ର ଲାଗି ଆଧାର ଜରୁରୀ। ଯଦି କୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ନ ଥାଏ ତେବେ ତାଙ୍କୁ ଆଧାର ପଞ୍ଜିକରଣ ଲାଗି ଆବେଦନ କରିଥିବା ଦସ୍ତାବିଜ୍ ଦର୍ଶାଇବାକୁ ହେବ।
ଉଲ୍ଲେଖଯୋଗ୍ୟ କି କେନ୍ଦ୍ର ସରକାର କଳାଧନ କାରବାର ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ବ୍ୟାଙ୍କ୍ ଜମା ଖାତା ଓ ମୋବାଇଲ୍ ଫୋନ୍ ନମ୍ବର ସହିତ ଆଧାର ସଂଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗତମାସରେ କେନ୍ଦ୍ର ସରକାର ଆଧାର ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଇ ଡିସେମ୍ବର ୩୧ କରିଛନ୍ତି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଥିଲା। ମାତ୍ର ସବୁ ଜମା ଖାତାଧାରୀ ଓ ମୋବାଇଲ୍ ଉପଭୋକ୍ତା ଆଧାର ସଂଯୁକ୍ତ କରିବାରେ ଅସମର୍ଥ ହେବାରୁ ତାରିଖ ଘୁଞ୍ଚାଇ ଦିଆଯାଇଛି। ଏହାପରେ ଜମାଖାତା ଓ ମୋବାଇଲ୍ ଏବଂ ବ୍ୟାଙ୍କ୍ କାରବାରକୁ ନିଷେଧ କରାଯିବ ବୋଲି ଜଣାପଡ଼ିଛି।