ନୂଆଦିଲ୍ଲୀ : ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ହେଉଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ଅର୍ଥାତ୍ ଆଉ ଅଳ୍ପ ଦିନ ବାକି ରହିଲା। ଏହି ସମୟସୀମା ମଧ୍ୟରେ ଆପଣ ଆଧାର ଲିଙ୍କ ନକଲେ କେତେକ ଜରୁରୀ ସେବା ପାଇବା ସମସ୍ୟାଜନକ ହୋଇପାରେ। ଗତ ବର୍ଷ ଜୁଲାଇ ୧୮ରେ ସିବିଡିଟି (କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ) ଏହି ଶେଷ ତାରିଖକୁ ମାର୍ଚ୍ଚ ୩୧ ୨୦୧୯କୁ ବୃଦ୍ଧି କରିଥିଲା। ଇତି ମଧ୍ୟରେ ସୁପ୍ରିମକୋର୍ଟ ମଧ୍ୟ ଏହା ବାଧ୍ୟତାମୂଳକ ବୋଲି ରାୟ ଶୁଣାଇସାରିଛନ୍ତି। ଏଣୁ ଆପଣ ଏହି ସମୟ ସୁଦ୍ଧା ଆଧାର-ପ୍ୟାନ ଲିଙ୍କ କରିବା ଆବଶ୍ୟକ। ତେବେ ଏହି ଲିଙ୍କ କରିବାର ଶଷେ ତାରିଖ ଗତ ଦୁଇ ବର୍ଷରେ ୫ ଥର ବଢିଲାଣି।
ଏହା କରିବାର ପ୍ରଥମ ଶେଷତାରିଖ ଥିଲା ଜୁଲାଇ ୩୧, ୨୦୧୭, ପରେ ଏହାକୁ ଅଗଷ୍ଟ ୩୧କୁ ବଢାଯାଇଥିଲା । ପରେ ଶେଷତାରିଖକୁ ଡିସେମ୍ବର ୩୧, ୨୦୧୭ ପରେ ମାର୍ଚ୍ଚ ୩୧, ୨୦୧୮କୁ ବଢାଯାଇଥିଲା । ଗତ ବର୍ଷ ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା କରିବାର ଶେଷ ତାରିଖକୁ ଜୁନ ୩୦କୁ ବଢାଇଦେଇଥିଲେ । ଏହାପରେ ଜୁଲାଇ ୩୧କୁ ଓ ଶେଷରେ ଆସନ୍ତା ମାର୍ଚ୍ଚ ୩୧କୁ ବଢାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/images-16.jpg)