ନୂଆଦିଲ୍ଲୀ: ସୁ୍ପ୍ରିମକୋର୍ଟ ଗତ ସପ୍ତାହରେ ଆଧାରକୁ ବୈଧ ବୋଲି ଘୋଷଣା କରିଥିଲେ ମଧ୍ୟ ଘରୋଇ କମ୍ପାନିଙ୍କୁ ଏହି ତଥ୍ୟ ଦେବା ଉପରେ ରୋକ୍ ଲଗାଇଥିଲେ। ଫଳରେ ଟେଲିକମ୍ କମ୍ପାନି ଓ ବ୍ୟାଙ୍କ ଗୁଡ଼ିକ ପାଇଁ ମଧ୍ୟ ଲୋକଙ୍କ ଆଧାର ତଥ୍ୟ ହାସଲ ବାଟ ବନ୍ଦ ହୋଇଯାଇଥିଲା। କିନ୍ତୁ ବ୍ୟାଙ୍କ ଏବଂ ଟେଲିକମ୍ କମ୍ପାନି ଗୁଡ଼ିକୁ ଆଧାର ତଥ୍ୟ ପ୍ରଦାନ କରାଯାଇ ପାରେ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଇଙ୍ଗିତ କରିଛନ୍ତି। ସରକାର ଏଥିପାଇଁ ନୂଆ ଆଇନ ଆଣିବେ ବୋଲି ଯଦିଓ ଜେଟ୍ଲି ସ୍ପଷ୍ଟ କହିନାହାନ୍ତି ତେବେ ସଂସଦର ଆଇନ ବଳରେ ବ୍ୟାଙ୍କ ଓ ଟେଲିକମ କମ୍ପାନିଙ୍କ ପାଇଁ ଗ୍ରାହକଙ୍କ ବାଧ୍ୟତାମୂଳକ ଆଧାର ସଂଯୋଗକୁ ପୁନଃସ୍ଥାପିତ କରାଯାଇ ପାରିବ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଆଧାର ସଂକ୍ରାନ୍ତ ନିଷ୍ପତ୍ତିକୁ ଏକ ଉତ୍ତମ ରାୟ ବୋଲି ଜେଟଲୀ କହିଛନ୍ତି। ତେବେ ଆଧାର ଏକ ନାଗରିକତ୍ବ କାର୍ଡ ନୁହେଁ ବୋଲି ମଧ୍ୟ ଜେଟଲୀ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ବହୁ ପରିମାଣର ସବସିଡି ଓ ସହାୟତା ପ୍ରଦାନ କରୁଛନ୍ତି। ଏହି ଅର୍ଥକୁ ଯେଭଳି ପ୍ରକୃତ ହିତାଧିକାରୀ ପାଆନ୍ତି ତାହାକୁ ନିଶ୍ଚିତ କରିବା ହିଁ ଆଧାରର ମୂଳ ଲକ୍ଷ୍ୟ। ତେଣୁ ଏ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ ବୋଲି ସେ ହିନ୍ଦୁସ୍ତାନ ଟାଇମ୍ସର ଲିଡରସିପ୍ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ଆଧାର ଆଇନର ଧାରା ୫୭କୁ ସୁପ୍ରିମକୋର୍ଟ ବାତିଲ କରିଦେଇଛନ୍ତି। ଧାରା ୫୭ରେ ବ୍ୟବସ୍ଥା ରହିଥିଲା ଯେ ଆଇନ କିମ୍ବା ଚୁକ୍ତି ଅନୁଯାୟୀ ଅନ୍ୟକୁ ଆଧାର ବ୍ୟବହାର ଅନୁମତି ଦିଆଯାଇ ପାରିବ। ତେଣୁ ଚୁକ୍ତି ଦ୍ବାରା ଆଧାର ବ୍ୟବହାରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କିନ୍ତୁ ଆଇନ ମାଧ୍ୟମରେ ମୋବାଇଲ ଫୋନ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗକୁ ପୁନଃସ୍ଥାପନ କରାଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କିନ୍ତୁ ସରକାର ଏ ନେଇ ସଂସଦରେ ଆଇନ ପ୍ରଣୟନ ଯୋଜନା ରଖିଛନ୍ତି କି ନାହି ତାହା ସ୍ପଷ୍ଟ କରିନାହାନ୍ତି।
ବ୍ୟାଙ୍କ, ଟେଲିକମ୍ କମ୍ପାନିଙ୍କୁ ମିଳିବ ଆଧାର ଅନୁମତି!
ପ୍ରଣୟନ ହୋଇପାରେ ଆଇନ
/sambad/media/post_attachments/wp-content/uploads/2018/10/aadhar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)