ନୂଆଦିଲ୍ଲୀ: ଫେବୃଆରି ୨୦୧୮ରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ଲିମିଟେଡ (ଏବିଆଇପିବିଏଲ) ବ୍ୟାଙ୍କ ନିଜର ବ୍ୟବସାୟ ଆରମ୍ଭ କରଥିଲା। ଏବେ କମ୍ପାନି ନିଜର ଏହି ବ୍ୟବସାୟକୁ ବନ୍ଦ କରିବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁତାବକ, ଏହି କମ୍ପାନି ସ୍ୱଇଚ୍ଛା ଭାବେ ଏହି ବ୍ୟବସାୟକୁ ବନ୍ଦ କରିବାକୁ ଯାଉଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୋଟିଫିକେସନ୍ ଜାରି କରି କହିଛନ୍ତି, ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ଲିମିଟେଡକୁ ସ୍ୱଇଚ୍ଛା ଭାବେ ବନ୍ଦ କରିବା ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ୨୦୧୯ ସେପ୍ଟେମ୍ବର ୧୮ରେ ଆଦେଶ ଦେଇଥିଲେ।
/sambad/media/post_attachments/wp-content/uploads/2019/11/file76k1madop2bif3qo7sr-1574095895-300x212.jpg)
ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ଚଳିତ ବର୍ଷ ଜୁଲାଇରେ ଆଦିତ୍ୟ ବିର୍ଲା ନିଜର ପେମେଣ୍ଟ ବ୍ୟାଙ୍କ ସେବା ବନ୍ଦ କରିବ ବୋଲି ଘୋଷଣା କରିଥିଲା। ବ୍ୟବସାୟରେ କ୍ଷତି ହେଉଥିବା ଦେଖି କମ୍ପାନି ଏପରି ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲା। ଏହାପରେ ଆଦିତ୍ୟ ବିର୍ଲା ବ୍ୟାଙ୍କ ତରଫରୁ ନିଜ ଗ୍ରାହକଙ୍କୁ ଏହି ସେବା ବନ୍ଦ କରିବ ବୋଲି ମେସେଜ ଜରିଆରେ ସୂଚନା ଦେଇଥିଲା। ଯେଉଁମାନେ ପେମେଣ୍ଟ ବ୍ୟାଙ୍କରେ ଜମାରାଶି ରଖିଛନ୍ତି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଅନୁଯାୟୀ ଜମାରାଶି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଫେରାଇ ଦିଆଯିବ ବୋଲି ଆଦିତ୍ୟ ବିର୍ଲା ବ୍ୟାଙ୍କ ଘୋଷଣା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Untitled-1-copy-12.jpg)