ଭୁବନେଶ୍ୱର: ଆଦିତ୍ୟ ବିର୍ଲା ସନ୍ଲାଇଫ୍ ଇନ୍ସ୍ୟୁରାନ୍ସ (ଏବିଏସ୍ଏଲ୍ଆଇ) ପକ୍ଷରୁ ଓଡ଼ିଶା ବଜାରରେ ଏହାର ଏବିଏସ୍ଏଲ୍ଆଇ ଗ୍ୟାରେଣ୍ଟେଡ୍ ମାଇଲ୍ଷ୍ଟୋନ୍ ପ୍ଲାନ୍କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ପ୍ରଥମ ଧରଣର ନନ୍-ଲିଙ୍କଡ୍ ନନ୍-ପାର୍ଟିସିପେଟିଂ ଜୀବନ ବୀମା ପ୍ଲାନ୍ ଯାହା ଯୁଗ୍ମ ସୁବିଧା ଉଭୟ ମୃତ୍ୟୁକାଳୀନ ଏବଂ ମାଚ୍ୟୁରିଟି ବେଳେ ପ୍ରଦାନ କରୁଛି। ଏ ବିଷୟରେ କଂପାନିର ଏମ୍ଡି ପଙ୍କଜ ରାଜଦାନ କହିଛନ୍ତି ଯେ, ଏହି ପ୍ଲାନ୍ ଆର୍ଥିକ ଅନିଶ୍ଚିତତା ଏବଂ ସୁଧ ହ୍ରାସ ସମୟରେ ଆମର ଗ୍ରାହକମାନଙ୍କୁ ଗ୍ୟାରେଣ୍ଟି ରିଟର୍ଣ୍ଣ ପ୍ରଦାନ କରିବା ନିଶ୍ଚିତ କରିବ।ଏହି ପ୍ଲାନ୍ରେ ପ୍ରବେଶ ବୟସ ହେଉଛି ୩୦ ଦିନରୁ ୬୦ ବର୍ଷ। ପ୍ରିମିୟମ ପ୍ରଦାନର ଅବଧି ୬,୮,୧୦ ଏବଂ ୧୨ ବର୍ଷିଆ ରହିଛି। ସର୍ବନିମ୍ନ ମାଚ୍ୟୁରିଟି ବୟସ ହେଉଛି ୧୮ ବର୍ଷ। ସର୍ବନିମ୍ନ ପ୍ରିମିୟମ୍ ହେଉଛି ୧୫୦୦୦ ଟଙ୍କା।
ଆଦିତ୍ୟ ବିର୍ଲା ସନ୍ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ପ୍ଲାନ୍
/sambad/media/post_attachments/wp-content/uploads/2017/11/925842269s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)