ଭୁବନେଶ୍ୱର: ଆଦିତ୍ୟ ବିର୍ଲା ହେଲଥ ଇନ୍ସ୍ୟୁରାନ୍ସ ପକ୍ଷରୁ ଆକ୍ଟିଭ୍ ସ୍ୟୁର୍ ନାମକ ଯୋଜନା ପ୍ଲାନ୍ ଉନ୍ମୋଚନ କରାଯାଇଛି। ଏଥିରେ ଜଟିଳ ଅସୁସ୍ଥତା, କ୍ୟାନସର ସୁରକ୍ଷା ଓ ଦୁର୍ଘଟଣା ବୀମା ଭଳି ବିଭିନ୍ନ ସୁବିଧା ରହିଛି। ଏହି ପ୍ଲାନ୍ ବିଷୟରେ କଂପାନିର ସିଇଓ ମୟଙ୍କ୍ ବଥ୍ଓ୍ଵାଲ୍ କହିଛନ୍ତି ଯେ, ଏଥିରେ ୬୪ ପ୍ରକାର ଜଟିଳ ଅସୁସ୍ଥତା ପାଇଁ ବୀମା ସୁବିଧା ମିଳିବ। ୧୮ରୁ ୬୫ ବର୍ଷ ବୟସର ଲୋକମାନେ ଏହି ପ୍ଲାନ୍ କିଣିପାରିବେ। ଜଟିଳ ଅସୁସ୍ଥତାରେ ଏକ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଓ କ୍ୟାନସର୍ ଚିକିତ୍ସା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ।
ଆଦିତ୍ୟ ବିର୍ଲା ହେଲଥ୍ ଇନ୍ସ୍ୟୁରାନ୍ସର ‘ଆକ୍ଟିଭ୍ ସ୍ୟୁର୍’
/sambad/media/post_attachments/wp-content/uploads/2018/03/Aditya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)