ଗିତମ୍ ଲ ସ୍କୁଲରେ ନାମଲେଖା

ବିଶାଖାପାଟନମ: ଗିତମ୍ ଡିମଡ୍ ବିଶ୍ବବିଦ୍ୟାଳୟ ଅଧୀନ ଲ ସ୍କୁଲ ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା କରାଯାଇଛି। ସିଏଲଏଟି ଏବଂ ଏଲଏସଏଟି-ଇଣ୍ଡିଆ ସ୍କୋର ଆଧାରରେ ନାମଲେଖା ହେବ ବୋଲି ସ୍କୁଲର ନିର୍ଦ୍ଦେଶକ ପ୍ରଫେସର ଅନୀତା ରାଓ ‌ଆଜି ସୂଚନା ଦେଇଛନ୍ତି। ଗିତମ ଲ ସ୍କୁଲରେ ଏବେ ଦୁଇଟି ଅଣ୍ଡର ଗ୍ରାଜୁଏଟ୍ ଯଥା ୫ ବର୍ଷିଆ ଇଣ୍ଟିଗ୍ରେଡେଟ ବିଏ ଏଲଏଲବି ( ସମ୍ମାନ) ଏବଂ ବିବିଏ ଏଲଏଲବି (ସମ୍ମାନ) ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏଥିସହିତ ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଉଛି। ଚଳିତବର୍ଷ ବର୍ଷିକିଆ ଏଲଏଲଏମ ପାଠ୍ୟକ୍ରମ ଆରମ୍ଭ ଯୋଜନା ରହିଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଏହି ସ୍କୋର ନାହିଁ ସେମାନେ ଯୁକ୍ତ ୨/ ଇଣ୍ଟରମିଡିଏଟ ସ୍ତରରେ ରଖିଥିବା ନମ୍ବର ସହିତ ବ୍ୟକ୍ତିଗତ ସାକ୍ଷାତକାରର ପ୍ରଦର୍ଶନ ଆଧାରରେ ନାମ‌ ଲେଖାଇବା ସୁଯୋଗ ପାଇବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର