ନୂଆଦିଲ୍ଲୀ: ଫେସବୁକ୍ ମାଲିକାନାରେ ଥିବା ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ୍କୁ କିଶୋର ବୟସର ଯୁବକଯୁବତୀମାନେ ବହୁଳ ଭାବେ ବ୍ୟବହାର କରୁଛନ୍ତି। ୧୬ ବର୍ଷରୁ କମ୍ ବୟସର ବ୍ୟବହାରକାରୀମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ଲାଗି ଇନଷ୍ଟାଗ୍ରାମ୍ ତରଫରୁ ‘ପ୍ରାଇଭେଟ୍ ଆକାଉଣ୍ଟ୍ ସେଟିଂ)ରେ ପରିବର୍ତ୍ତନ କରାଯାଇଛି। ସେମାନଙ୍କ ଆକାଉଣ୍ଟ୍ର ଗୋପନୀୟତା ବଜାୟ ରଖିବା ଓ ସୁରକ୍ଷିତ ରଖିବା ଲାଗି ଏହି ପରିବର୍ତ୍ତନ ଅଣାଯାଇଛି। ସେମାନଙ୍କ ଆକାଉଣ୍ଟ୍ରେ ସେହି ବୟସ ବର୍ଗ ଲାଗି ଉପଯୁକ୍ତ ବିଜ୍ଞାପନ ପ୍ରଦର୍ଶିତ ହେବ।
ଏକ ହିସାବରୁ ଜଣାପଡ଼ିଛି ଯେ ଆମେରିକାରେ ଇନଷ୍ଟାଗ୍ରାମକୁ ସର୍ବାଧିକ ୧୪ କୋଟି ଲୋକ ବ୍ୟବହାର କରୁଥିବା ବେଳେ ଭାରତରେ ୧୫ କୋଟିରୁ ଅଧିକ ଲୋକ ଏହି ଆପ୍କୁ ବ୍ୟବହାର କରୁଛନ୍ତି। ଇନଷ୍ଟାଗ୍ରାମର ପବ୍ଲିକ୍ ପଲିସି ଡାଇରେକ୍ଟର କାରିନା ନିଉଟନ୍ କହିଛନ୍ତି ଯେ ଯୁବବର୍ଗ ଇନଷ୍ଟାଗ୍ରାମକୁ ଉପଭୋଗ କରନ୍ତୁ ବୋଲି ଆମେ ଚାହୁଛୁ। ସେମାନଙ୍କ ଗୋପଦୀୟତା ଓ ସୁରକ୍ଷା ପ୍ରତି ଆମେ ସାଲିସ କରିବାକୁ ଚାହୁନାହୁଁ। ଆମେ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦେବାକୁ ଚାହୁଛୁ। ସେଥିପାଇଁ ଆମେ ସେଟିଂରେ ପରିବର୍ତ୍ତନ କରିଛୁ। ଆମେ ଆମର ବ୍ୟବହାରକାରୀ, ସେମାନଙ୍କ ଅଭିଭାବକ, ନୀତି ନିର୍ଧାରଣକାରୀ ଓ ବିଶେଷଜ୍ଞମାନଙ୍କ କଥା ଶୁଣିବା ଜାରି ରଖିବୁ ଏବଂ ଏଭଳି ଏକ ଇନଷ୍ଟାଗ୍ରାମ୍ ତିଆରି କରିବୁ ଯାହା ସେମାନଙ୍କୁ ସୁହାଇବ।
ଇନଷ୍ଟାଗ୍ରାମ୍ରେ ଥିବା ପ୍ରାଇଭେଟ୍ ଆକାଉଣ୍ଟ୍ ସେଟିଂରେ ଏଭଳି କିଛି ସୁବିଧା ରହିଛି ଯାହା ଜରିଆରେ ବ୍ୟବହାରକାରୀ ନିଶ୍ଚିତ କରିପାରିବେ ଯେଉଁମାନେ ତାଙ୍କ ଆକାଉଣ୍ଟ୍କୁ ଦେଖିପାରିବେ କିମ୍ବା ସେମାନେ କରୁଥିବା ପୋଷ୍ଟ ଉପରେ ମତ ଦେଇପାରିବେ। ଯଦି କୌଣସି ବ୍ୟବହାରକାରୀଙ୍କ ପ୍ରାଇଭେଟ୍ ଆକାଉଣ୍ଟ୍ ରହିଛି ତେବେ ତାଙ୍କୁ ଫଲୋ କରୁଥିବା ବ୍ୟବହାରକାରୀମାନେ ତାଙ୍କ ଷ୍ଟୋରି, ପୋଷ୍ଟ୍ ଓ ରିଲ୍ସକୁ ଦେଖିପାରିବେ। ଯେଉଁମାନେ ଫଲୋ କରୁନାହାନ୍ତି ସେମାନେ ଏହି ଆକାଉଣ୍ଟ୍ରେ ପହଞ୍ଚିପାରିବେ ନାହିଁ। ଇନଷ୍ଟାଗ୍ରାମ୍ରେ ଆକାଉଣ୍ଟ୍ ଖୋଲିବା ବେଳେ ବ୍ୟବହାରକାରୀମାନଙ୍କୁ ପ୍ରାଇଭେଟ୍ ଓ ପବ୍ଲିକ୍ ଆକାଉଣ୍ଟ୍ ବିକଳ୍ପ ଚୟନ କରିବା ଲାଗି କୁହାଯାଇଥାଏ। କଂପାନିର ଅଧ୍ୟୟନରୁ ଜଣାପଡ଼ିଛି ଯେ ବ୍ୟବହାରକାରୀମାନେ ପ୍ରାଇଭେଟ୍ ଆକାଉଣ୍ଟ୍କୁ ଅଧିକ ପସନ୍ଦ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/instagram.jpg)