ଟୟୋଟା ହିଲକ୍ସରେ ଦୁଃସାହସିକ ଗାଡ଼ି ଚାଳନା

ଭୁବନେଶ୍ବର : ଟୟୋଟା ହିଲକ୍ସକୁ ନେଇ ନଖରାସ୍ଥିତ ଓମ୍‌ଫେଡ୍‌ ପଡ଼ିଆରେ ଚାଲିଥିବା ଦୁଇ ଦିନିଆ ଦୁଃସାହସିକ ଗାଡ଼ି ଚାଳନା ଏବଂ କଳା କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଂପାନିର ସ୍ବୀକୃତିପ୍ରାପ୍ତ ଡିଲରମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଚାଲିଥିଲା। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଖାଲ, ଢିପ, ପାହାଡ଼ିଆ ଭଳି ରାସ୍ତାରେ ଦକ୍ଷ ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ଗ୍ରାହକମାନେ ଗାଡ଼ି ଚଲାଇବାର ମଜା ନେଇଥିଲେ।

ଏହି ଅବସରରେ ଟୋୟାଟା କିର୍ଲୋସ୍କର ମୋଟରର ଆଞ୍ଚଳିକ ମୁଖ୍ୟ ସୁପ୍ରିୟା କ୍ରିଷ୍ଣଅର୍ଜୁନ, ଇସ୍ପିରିଟ୍‌ ଟୟୋଟାର ଏଭିପି-ସେଲସ ସତୀର୍ଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଟୟୋଟା ହିଲକ୍ସ ଡିଜେଲ୍‌ ଗ୍ରେଡ୍‌ର ଏକ୍ସ ସୋ’ରୁମ୍ ମୂଲ୍ୟ ୩୩,୯୯,୦୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର