ଭୁବନେଶ୍ବର: ଶ୍ରମିକଙ୍କର କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ପାଇଁ କାରଖାନାଗୁଡ଼ିକର ଶ୍ରମ କଲ୍ୟାଣ ଅଧିକାରୀମାନଙ୍କର ଗତ ୨୫ ତାରିଖରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାର ମୁଖ୍ୟ ଅତିଥି କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କହିଲେ ଶ୍ରମିକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ଏବଂ ନ୍ୟାଯ୍ୟ ଅଧିକାର ସମ୍ବନ୍ଧରେ ସଜାଗ ଏବଂ ସଚେତନ କରାଇବା ଶ୍ରମ କଲ୍ୟାଣ ଅଧିକାରୀମାନଙ୍କର ପ୍ରଧାନ ସାମାଜିକ ଦାୟିତ୍ବ।  ସେଥିପ୍ରତି ସମ୍ବେଦନଶୀଳ  ହୋଇପାରିଲେ ଶିଳ୍ପାୟନରେ ଶାନ୍ତି, ସୁରକ୍ଷା, ଦକ୍ଷତା ଏବଂ ପାରଦର୍ଶିତାରେ ପ୍ରଗତି ହେବା ସହ  ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହେବ ବୋଲି  ସେ କହିଥିଲେ।

Advertisment

କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ସୁରକ୍ଷା ଉପ ନିର୍ଦ୍ଦେଶକ ମଳୟ କୁମାର ପ୍ରଧାନ କହିଲେ କାରଖାନା ଆଇନର ବ୍ୟବସ୍ଥିତ  ଶୌଚାଳୟ, ପରିସ୍ରାଗାର, ସଫେଇ ଘର, ସାଇକେଲ/ଗାଡି ଷ୍ଟାଣ୍ଡ,  ବିଶ୍ରାମ କକ୍ଷ, କ୍ୟାଣ୍ଟିନ୍, ଭୋଜନ କକ୍ଷ, ଶିଶୁ ସଦନ, ଚିକିତ୍ସା ସହାୟତା, ଦରମା ସହିତ ଛୁଟି ଇତ୍ୟାଦି କଲ୍ୟାଣକାରୀ ସୁବିଧାର ବାସ୍ତବ କାର୍ଯ୍ୟକାରିତା ଉପରେ ଅଧିକାରୀମାନେ ଧ୍ୟାନ ଦେବା ଜରୁରି।  କର୍ମଶାଳାରେ ୬୫ଜଣ ଶ୍ରମ କଲ୍ୟାଣ ଅଧିକାରୀ ଙ୍କୁ  ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା  ପ୍ରମାଣପତ୍ର ମୁଖ୍ୟଅତିଥି  ରାଜ୍ୟ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ  ଶ୍ରୀ ତ୍ରିପାଠୀ ପ୍ରଦାନ କରିଥିଲେ।