ହ୍ରିତିକ୍‌ଙ୍କୁ ଭେଟିଲେ ଆଦ୍ୟାନ୍ତ ଅଧ୍ୟକ୍ଷ

ଭୁବନେଶ୍ୱର: ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ଏବଂ ଆକାଶ ଇନିଷ୍ଟିଚ୍ୟୁଟ୍‌ ଭୂବନେଶ୍ୱର ଶାଖା ନିର୍ଦେଶକ ଏ.ବି ସିଂହ ବଲିଉଡ୍‌ ତାରକା ହ୍ରିତିକ୍‌ ରୋସନଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଭେଟିଛନ୍ତି। ଏ.ବି ସିଂହ ନିମନ୍ତ୍ରିତ ଅତିଥି ଭାବେ ସେଠାରେ ଉପସ୍ଥିତ ଥିଲେ। ଏଠାରେ ପ୍ରଥମେ ହ୍ରିତିକ୍‌ ରୋସନଙ୍କ ଆଗକୁ ଆସୁଥିବା ହିନ୍ଦି ଚଳଚିତ୍ର ବିଷୟରେ ଚର୍ଚା ହୋଇଥିଲା। ଏହାପରେ ଦୁହିଁଙ୍କ ଉପସ୍ଥିତିରେ ଆକାଶ ଇନିଷ୍ଟିଚ୍ୟୁଟ୍‌ ଏବଂ ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ଶିକ୍ଷାଦାନ ଓ ସଫଳତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଜାଣିବା ପରେ ହ୍ରିତିକ୍‌ ଅତ୍ୟନ୍ତ ଖୁସି ହୋଇଥିଲେ। ଏହି ଅବସରରେ ହ୍ରିତିକ୍‌ଙ୍କୁ ଏକ ରୁପା ନିର୍ମିତ କୋଣାର୍କଚକ୍ରର ଫଳକ ଶ୍ରୀ ସିଂହ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର