ଫେବ୍ରୁଆରି ୨୩କୁ ମହିଳା ବୈମାନିକଙ୍କୁ ଉତ୍ସର୍ଗ କଲା ଭାରତୀୟ ବାୟୁସେନା

ବେଙ୍ଗାଲୁର: ବେଙ୍ଗାଲୁରରେ ଆୟୋଜିତ ହୋଇଥିବା ଭାରତୀୟ ବାୟୁ ସେନା(ଆଇଏଏଫ୍‌)ର ଏରୋ ଇଣ୍ଡିଆ ସୋ’ରେ ଫେବ୍ରୁଆରି ୨୩ ତାରିଖ ୨୦୧୯କୁ ‘ଏରୋ ଇଣ୍ଡିଆ ଓମେନ୍ସ ଡେ’ ଭାବେ ପାଳନ କରାଯାଇଛି। ଏହି ଦିନ ସୋ’ରେ ଅଧିକାଂଶ ମହିଳା ଅଂଶ ଗ୍ରହଣ କରିଥିବା ଜାଣିବାକୁ ମିଳିଛି। ଏଣିକି ଏହି ଦିନ ମହିଳା ପାଇଲଟ୍‌ମାନେ ସୋ’ରେ ବିମାନ ଉଡ଼ାଇବେ ବୋଲି ସୂଚନା ରହିଛି।

ଆଇଏଏଫ୍‌ ପକ୍ଷରୁ ଟୁଇଟ୍‌ ହୋଇଛି ଯେ ‘ବାୟୁସେନାର ସ୍ପେଲ୍‌ ବାଇଣ୍ଡିଂ ମେସିନ୍‌ ଓ ଅପରେଟରମାନେ ୨୦୧୯ ଏରୋ ଇଣ୍ଡିଆ ସୋ’ରେ ନିଜ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି । ୨୩ ଫେବ୍ରୁଆରି ୨୦୧୯ ‘ଓମେନ୍‌ ଇନ୍‌ ଆଭିଏସନ୍‌’ ‘ଆଇଏଏଫ’କୁ ଉତ୍ସର୍ଗ କରାଗଲା। ମହିଳା ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ର‍୍ୟାଙ୍କ୍‌କୁ ପ୍ରତିନିଧିତ୍ୱ କରାଯାଉଛି।’

 

ଏରୋ ଇଣ୍ଡିଆ ସୋ’ରେ ଭାରତର ଶ୍ରେଷ୍ଠ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲମ୍ପିକରେ ରୋପ୍ୟ ପଦକ ହାସଲ କରିଥିବା ପି ଭି ସିନ୍ଧୁ ବି ଦେଖିବାକୁ ମିଳିଥିଲେ। ପି ଭି ସିନ୍ଧୁ ତେଜସର ସହଯୋଗୀ ପାଇଲଟ ଭାବେ ମହିଳା ଦିବସ ଅବସରରେ ଅଂଶ ଗ୍ରହଣ କରିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଆଜି ଏହି ସୋ’ରେ ବାୟୁ ସେନାର ମହିଳା ସ୍କାଏ ଡାଇଭିଂ ଟିମ୍‌ ବି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର