‘ଏରୋଫେସନ୍‌ ଷ୍ଟୋର୍‌’ ଉଦ୍‌ଘାଟିତ

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ କ୍ରିଷ୍ଣା ପ୍ଲାଜାରେ ଖୋଲିଛି ‘ଏରୋ ଫେସନ୍‌’ ଷ୍ଟୋର୍‌। ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ତଥା ଷ୍ଟୋର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଅର୍ଚିତା ସାହୁ ଏବଂ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଷ୍ଟୋର୍‌ର ଲୋକାର୍ପଣ କରିଥିଲେ। ହଜାରେ ବର୍ଗଫୁଟ ପରିମିତ ଷ୍ଟୋର୍‌ରେ ଖଦି ଶାଢ଼ୀ ସହିତ ୬ଟି ବ୍ରାଣ୍ଡେଡ୍‌ କମ୍ପାନିର ପୋଷାକ ମଧ୍ୟ ଉପଲବ୍‌ଧ ହେଉଛି। ଖଦି ସାମଗ୍ରୀର ଗୁଣବତାକୁ ଗୁରୁତ୍ୱ ଦେବା ସହ ଗ୍ରାହକମାନଙ୍କୁ ସୁଲଭ ଦରରେ ଭଲ ପୋଷାକ ଓ ଶାଢ଼ୀ ଯୋଗାଇ ଦେବାରେ ଷ୍ଟୋର୍‌ ଭୂମିକା ଗ୍ରହଣ କରିବ ବୋଲି ଏରୋଫେସନ୍‌ର ମୁଖ୍ୟ ମାମାରାଣୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର