ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦପଦବୀରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ବ୍ୟକ୍ତିଗତ ବ୍ୟବହାର ଲାଗି ମୋବାଇଲ୍ ଫୋନ୍, ଲାପ୍‌ଟପ୍ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ଦିଆଯାଉଛି। ତାହାକୁ ଚାରି ବର୍ଷ ବ୍ୟବହାର କରିବା ପରେ ସେମାନେ ନିଜ ପାଖରେ ରଖିପାରିବେ। ଅର୍ଥ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟୟ ବିଭାଗ ପକ୍ଷରୁ ‌କର୍ମଚାରୀଙ୍କ ପାଇଁ ମୋବାଇଲ୍ ଫୋନ୍, ଲାପ୍‌ଟପ୍, ଟାବ୍‌ଲେଟ୍‌, ଫାବ୍‌ଲେଟ୍‌, ନୋଟ୍‌ବୁକ୍, ନୋଟ୍‌ପ୍ୟାଡ୍‌, ଅଲ୍‌ଟ୍ରା-ବୁକ୍, ନେଟ୍‌-ବୁକ୍ ଆଦି ଆବଣ୍ଟନ କରିବା ଲାଗି ନୂଆ ଗାଇଡ୍‌ଲାଇନ୍ ଜାରି କରିଛି।

Advertisment

ବିଭାଗ ପକ୍ଷରୁ କୁହାଯାଇଛି ଯେ ୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଡିଭାଇସ୍‌କୁ କର୍ମଚାରୀମାନେ ଚାରି ବର୍ଷ ବ୍ୟବହାର କରିବା ପରେ ନିଜ ପାଖରେ ରଖିପାରିବେ। ତେବେ ସେଥିରୁ ସରକାରଙ୍କ ସବୁ ଡାଟାକୁ ଡିଲିଟ୍ କରିବାକୁ ପଡ଼ିବ। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁମାନଙ୍କ ପାଖରେ ଡିଭାଇସ୍‌ ଅଛି ସେମାନଙ୍କୁ ନୂଆ ଡିଭାଇସ୍‌ ଦିଆଯିବ ନାହିଁ। ଅଧିକାରୀମାନେ ସରକାର ଦେଇଥିବା ଡିଭାଇସ୍‌କୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବହାର ପ‌ରେ ନିଜ ରଖିନେବା ଭଳି ପୂର୍ବରୁ କୌଣସି ନିୟମ ନଥିଲା।