୪୮ ବର୍ଷ ପରେ ମହିଳା ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ବଜେଟ୍

ନୂଆଦିଲ୍ଲୀ: ନିର୍ମଳା ସୀତାରମଣ ଦେଶର ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ ଭାବେ ଏନ୍‌ଡିଏ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍‌କୁ ଜୁଲାଇ ୫ରେ ଉପସ୍ଥାପନ କରିବେ। ଦୀର୍ଘ ୪୮ ବର୍ଷ ପରେ ଦେଶରେ ଜଣେ ମହିଳା ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିବ। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ନିଜ ପାଖରେ ଅର୍ଥ ମନ୍ତ୍ରଣାଳୟକୁ ରଖି ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ୧୯୭୦-୭୧ର ବଜେଟ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ। ‌

ସମ୍ବନ୍ଧିତ ଖବର