ବାପାଙ୍କ ମୃତ୍ୟୁ ସତ୍ତ୍ବେ ବଜେଟ୍ ଛାପିଲେ ଅଧିକାରୀ

ନୂଆଦିଲ୍ଲୀ: ବଜେଟ୍‌ ଛପା କାର୍ଯ୍ୟରେ ନିୟୋଜିତ ଜଣେ ଅଧିକାରୀ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ବଜେଟ୍ ଛପା କାର୍ଯ୍ୟରେ ର୍ନିୟୋଜିତ ଡେପୁଟି ମ୍ୟାନେଜର (ପ୍ରେସ୍) କୁଲଦୀପ କୁମାର ଶର୍ମା ଏବେ ବଜେଟ୍ ଛପା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ ୨୬ ତାରିଖରେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଛି। ଏହି ଖବର ପାଇବା ସତ୍ତ୍ବେ ସେ ବଜେଟ୍ ଛପା ଅଞ୍ଚଳ ଛାଡ଼ି ନଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଗୋଟିଏ ମିନିଟ୍ ମଧ୍ୟ ସେ ଛପା ଅଞ୍ଚଳ ଛାଡ଼ି ଅନ୍ୟତ୍ର ଯାଇ ନଥିଲେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର