ପିଆଜ ପରେ ତେଜିଲା ଟମାଟୋ ଦର: ଦିଲ୍ଲୀରେ କେଜି ପିଛା ଦର ୬୦ ରୁ ୭୦ ଟଙ୍କା

ନୂଆଦିଲ୍ଲୀ: ଟମାଟୋ ବା ବିଲାତିବାଇଗଣ ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣ କମିଯିବାରୁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ଏହାର ଦର ବୃଦ୍ଧି ପାଇଛି। ଏବେ ଜାତୀୟ ରାଜଧାନୀରେ ଏବେ ଟମାଟୋ କିଲୋ ପ୍ରତି ମୂଲ୍ୟ ରହିଛି ୬୨/- ଟଙ୍କା। ଦର ଆହୁରି ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଦିଲ୍ଲୀର ମଦର୍ସ ଡାଇରିର ସଫଳ ଦୋକାନଗୁଡ଼ିକରେ ଟମାଟୋ ମୂଲ୍ୟ କି.ଗ୍ରା. ପ୍ରତି ୬୨ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ସ୍ଥାନୀୟ ଦୋକାନୀମାନେ ଟମାଟୋ କିଲୋପିଛା ୬୦ ରୁ ୭୦ ଟଙ୍କା ମଧ୍ୟରେ ବିକ୍ରୟ କରୁଛନ୍ତି। ଟମାଟୋର ହାରାହାରି କି.ଗ୍ରା. ପ୍ରତି ବଜାର ଦର କିନ୍ତୁ, ୪୦ରୁ ୪୫ ଟଙ୍କା।

ଶୁକ୍ରବାର ଅର୍ଥାତ୍‌ ଆଜି ଟମାଟୋ ଦର ୭୦ ରୁ ୭୫ ଟଙ୍କା ହୋଇ ପାରେ।

ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟରୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଗତ ଏକ ମାସ ମଧ୍ୟରେ ଟମାଟୋ ଦର ପ୍ରାୟ ୩୦୦% ବଢ଼ି ଯାଇଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ପିଆଜ କେଜି ପ୍ରତି ୭୦-୮୦ ଟଙ୍କାରେ ବିକ୍ରୟ କରାଯାଉଛି।

ସମ୍ବନ୍ଧିତ ଖବର