ଭଦୋଦରା: ବର୍ଷା ଯୋଗୁଁ ଟ୍ରେନ୍ ବାତିଲ ହେବା ପରେ ସଙ୍କଟରେ ପଡ଼ିଥିବା ଗୁଜରାଟର ଜଣେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା ରେଳବାଇ। ସ୍ବତନ୍ତ୍ର ଭାବେ ଏକ କାର୍ ଭଡ଼ା କରି ସେହି ଛାତ୍ର ଜଣକୁ ପଠାଇ ରେଳବାଇ ପ୍ରଶଂସା ସାଉଁଟିଛି। ଆଇଆଇଟି ମାଡ୍ରାସ୍ରେ ଏରୋସ୍ପେସ୍ ଇଞ୍ଜିନିୟରିଂ ପାଠପଢ଼ୁଥିବା ଛାତ୍ର ସତ୍ୟମ ଗାଧ୍ବି ଏକ୍ତା ନଗର ଷ୍ଟେସନରୁ ଟ୍ରେନ୍ ବୁକିଂ କରିଥିଲେ। କିନ୍ତୁ ବର୍ଷା ପାଇଁ ଟ୍ରେନ୍ଟି ବାତିଲ ହୋଇଯାଇଥିଲା। ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିବା ସତ୍ୟମ ନିଜ ସମସ୍ୟା ବିଷୟରେ ରେଳବାଇ ଅଧିକାରୀଙ୍କୁ ଅବଗତ କରିଥିଲେ। ସେ ଭଦୋଦରା ଷ୍ଟେସନରେ ପହଞ୍ଚିଲେ ସେଠାରୁ ଅନ୍ୟ ଟ୍ରେନ୍ ଧରିପାରିବେ ବୋଲି ଜଣାପଡ଼ିବା ପରେ ତାଙ୍କ ପାଇଁ ଏକ କାର୍ ଭଡ଼ାରେ ଅଣାଯାଇଥିଲା। ସେଥିରେ ସେ ଭଦୋଦରା ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏଭଳି ସହାୟତା ପାଇଁ ଛାତ୍ର ଜଣକ ରେଳବାଇକୁ ଧନ୍ୟବାଦ ଜଣାଇଛନ୍ତି।
ଟ୍ରେନ୍ ବାତିଲ ପରେ ଛାତ୍ରଙ୍କୁ କାର୍ରେ ପଠାଇଲା ରେଳବାଇ
/sambad/media/post_attachments/wp-content/uploads/2022/05/Railway.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)