ଲକ୍ଷ୍ନୌ: ରୋଟୋମାକ୍ କମ୍ପାନି ଋଣ ଠକେଇ ମାମଲାରେ କମ୍ପାନିର ମାଲିକ ବିକ୍ରମ କୋଠାରି ଓ ପୁଅ ରାହୁଲ କୋଠାରି ଆଜିଠାରୁ ୧୧ଦିନ ରିମାଣ୍ଡରେ ଯାଇଛନ୍ତି। ସିବିଆଇ ପକ୍ଷରୁ ଆଜି ଲକ୍ଷ୍ନୌସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତରେ କରାଯାଇଥିବା ଏହି ରିମାଣ୍ଡ ଆବେଦନକୁ ବିଚାରପତି ମଞ୍ଜୁର କରିଛନ୍ତି। ଗତକାଲି ସେମାନଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଦିନିକିଆ ଟ୍ରାଞ୍ଜିଟ୍ ରିମାଣ୍ଡ୍ରେ ଲକ୍ଷ୍ନୌ ଆଣିଥିଲା। ସେମାନଙ୍କୁ ଗୁରୁବାର ଗିରଫ କରିବା ପୂର୍ବରୁ ୪ ଦିନ କାଳ ଦିଲ୍ଲୀରେ ସିବିଆଇ ସେମାନଙ୍କୁ ପଚରାଉଚରା କରିଥିଲା। ବିକ୍ରମ କୋଠାରିଙ୍କ ବିରୋଧରେ ୩୭୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ ନକରିବାର ଅଭିଯୋଗ ରହିଛି। ସିବିଆଇ କୋଠାରିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ କୋଠାରି ଓ ତାଙ୍କ ପରିବାର ସଦସ୍ୟମାନେ ଯେଭଳି ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଦେଶ ଛାଡ଼ି ଚାଲି ନଯାଆନ୍ତି ତାହା ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଥିଲା। କୋଠାରିଙ୍କ ଉପରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ୭୫୪.୭୭ କୋଟି, ବ୍ୟାଙ୍କ ଅଫ୍ ବରୋଦାର ୪୫୬.୬୩ କୋଟି, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୭୭୧.୦୭ କୋଟି, ୟୁନିୟନ ବ୍ୟାଙ୍କର ୪୫୮.୯୫ କୋଟି, ଆହ୍ଲାବାଦ ବ୍ରାଙ୍କର ୩୩୦.୬୮ କୋଟି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୪୯.୮୨ କୋଟି, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ୯୭.୪୭ କୋଟି ଟଙ୍କା ରହିଛି।
ଆଉ ୧୧ଦିନ ରିମାଣ୍ଡରେ ଗଲେ କୋଠାରି ବାପପୁଅ
/sambad/media/post_attachments/wp-content/uploads/2018/02/kothari_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)