ଗୁଗୁଲ୍ ପରିବାରରେ ଆଉ ଜଣେ ଭାରତୀୟ

ସାନ୍ ଫ୍ରାନ୍ସିସକୋ: ବିଶ୍ବର ପ୍ରମୁଖ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ କମ୍ପାନି ଗୁଗୁଲ୍‌ର ଉଚ୍ଚ ପଦବିରେ ଆଉ ଜଣେ ଭାରତୀୟ ନିଯୁକ୍ତ ହୋଇଛନ୍ତି। ଥୋମାସ୍ କୁରିଏନ ନାମକ ଏହି ବ୍ୟକ୍ତି ଗୁଗୁଲ୍‌ର ସହାୟକ କମ୍ପାନି ଗୁଗୁଲ୍‌ କ୍ଲାଉଡ୍‌ର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ଶ୍ରୀ କୁରିଏନ ଓରାକଲ୍‌ର ଉତ୍ପାଦ ବିକାଶ ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ଗୁଗୁଲ୍‌ କ୍ଲାଉଡ୍‌ର ସିଇଓ ଭାବେ ଡାଏନ ଗ୍ରିନ କାର୍ଯ୍ୟ କରୁଛନ୍ତି। ସେ ଏହି ପଦରେ ଆସନ୍ତା ଜାନୁଆରି ପର୍ଯ୍ୟନ୍ତ ରହିବେ। ଏହାପରେ ସେ ଗୁଗୁଲ୍‌ର ମୂଳ କମ୍ପାନି ଆଲଫାବେଟ୍‌ ବୋର୍ଡରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ତେବେ ଶ୍ରୀ କୁରିଏନ ଆସନ୍ତା ୨୬ରେ ଗୁଗୁଲ୍ କ୍ଲାଉଡରେ ଯୋଗଦେବେ ଏବଂ ୨୦୧୯ ଜାନୁଆରିରୁ ସେ କମ୍ପାନିର ପ୍ରଶାସନିକ ଦାୟିତ୍ବ ସମ୍ଭାଳିବେ। ବେଙ୍ଗାଲୁରୁର ମୂଳ ବାସିନ୍ଦା ଶ୍ରୀ କୁରୁଏନ୍‌ଙ୍କର ଓରାକଲ୍‌ରେ ୨୨ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଗୁଗୁଲ୍‌ର ସିଇଓ ଏବେ ସୁନ୍ଦର ପିଚାଇ ରହିଛନ୍ତି।

ସମ୍ବନ୍ଧିତ ଖବର