ନୂଆଦିଲ୍ଲୀ: ଭାରତ ସରକାରଙ୍କ କଏନ୍ ଉତ୍ପାଦନ କାରଖାନା ଗୁଡ଼ିକରୁ ପୁଣି କଏନ୍ ଉତ୍ପାଦନ ଆରମ୍ଭ ହୋଇଛି। କଏନ୍ ଉତ୍ପାଦନ ୟୁନିଟ୍ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏ ନେଇ ଅର୍ଥ ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିବା ପରେ ସରକାରଙ୍କ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ (ଏସ୍ପିଏମ୍ସିଆଇଏଲ୍) ଏହାର ପୂର୍ବ ନିର୍ଦେଶକୁ ପ୍ରତ୍ୟାହାର କରିନେଇଛି। ଆମେ କାମ କରିବା ଆରମ୍ଭ କରିଛୁ। କିନ୍ତୁ ଗୋଟିଏ ସିଫ୍ଟରେ କାମ କରୁଛୁ ବୋଲି କୋଲକାତା ମିଣ୍ଟ୍ କର୍ମଚାରୀ ସଂଘର ଉପ ସଭାପତି ବିଜନ ଦେ କହିଛନ୍ତି। ସାଧାରଣତଃ କଏନ୍ ଉତ୍ପାଦନ କାର୍ଯ୍ୟ ଦୁଇଟି ସିଫ୍ଟ ଯଥା ଦିନ ଓ ରାତିରେ ହୋଇଥାଏ। ରାତି ସିଫ୍ଟ ପାଇଁ କର୍ମଚାରୀମାନେ ଓଭରଟାଇମ୍ ସୁବିଧା ପାଇଥାନ୍ତି। ଏସ୍ପିଏମ୍ସିଆଇଏଲ୍ ପକ୍ଷରୁ କଏନ୍ ଉତ୍ପାଦନ ବନ୍ଦ କରିବା ପ୍ରସଙ୍ଗରେ କର୍ମଚାରୀ ସଂଘ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲା। ଶ୍ରୀ ଦେଙ୍କ ସୂଚନା ଅନୁଯାୟୀ ରିଜର୍ଭ ବ୍ୟାଙ୍କ କଏନ୍ ଉତ୍ପାଦନ କରୁଥିବା କାରଖାନା ଗୁଡ଼ିକୁ ଚଳିତ ଆର୍ଥିକ ବର୍ଷ ପାଇଁ ୭୭୧ କୋଟି ସଂଖ୍ୟକ କଏନ୍ ଉତ୍ପାଦନ କରିବାକୁ କହିଥିଲା। ଚାରିଟି ଯାକ ମିଣ୍ଟ୍ ବର୍ତମାନ ସୁଦ୍ଧା ପ୍ରାୟ ୫୯୦ କୋଟି ସଂଖ୍ୟକ କଏନ୍ ବା ଧାତବ ମୁଦ୍ରା ଉତ୍ପାଦନ କରିଛନ୍ତି। ଏଥିରୁ ୨୫୩ କୋଟି ସଂଖ୍ୟକ ଧାତବ ମୁଦ୍ରାକୁ ଏବେ ବି ରିଜର୍ଭ ବ୍ୟାଙ୍କ ନେଇନାହିଁ ବୋଲି ସେ କହିଛନ୍ତି।
ପୁଣି କଏନ୍ ଉତ୍ପାଦନ ଆରମ୍ଭ
/sambad/media/post_attachments/wp-content/uploads/2018/01/coin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)