ମୁମ୍ବାଇ: ସେୟାର ବଜାରରେ ଝଡ଼ ବହୁଛି। ଆଖିପିଛୁଳାକେ ନିବେଶକମାନଙ୍କ କୋଟି କୋଟି ଟଙ୍କା ଉଭେଇ ଯାଉଛି। ଏହି ଝଡ଼ କେବେ ଥମିବ ତାହାର ଆକଳନ କେହି କରିପାରୁନାହାନ୍ତି। ବିଗତ ୧୫ ଦିନ ହେଲାଣି ବମ୍ବେ ଷ୍ଟକ ବଜାରରେ ସେନ୍ସେକ୍ସରେ ଆରମ୍ଭ ହୋଇଥିବା ହ୍ରାସର ଧାରା ଆଜି ମଧ୍ୟ ଜାରି ରହିଥିଲା। ଗତକାଲି ୮୦୬ ପଏଣ୍ଟ୍ ହରାଇଥିବା ସେନ୍ସେକ୍ସରେ ଆଜି ୭୯୨ ପଏଣ୍ଟ୍ର ବଡ଼ ଧରଣର ହ୍ରାସ ହୋଇଛି। ତିନି ଦିନ ଭିତରେ ସେନ୍ସେକ୍ସରେ ୨୧୪୮ ପଏଣ୍ଟ୍ର ହ୍ରାସ ହୋଇସାରିଲାଣି।ଚଳିତ ସପ୍ତାହର ପାଞ୍ଚ ଦିନରୁ ଚାରି ଦିନ ଷ୍ଟକ ବଜାରରେ କାରବାର ହୋଇଥିଲା। ମଙ୍ଗଳବାର ଗାନ୍ଧୀ ଜୟନ୍ତୀ ଥିବାରୁ ଷ୍ଟକ ବଜାର ବନ୍ଦ ରହିଥିଲା। କାରବାର ହୋଇଥିବା ଚାରିଟି ଦିନ ମଧ୍ୟରୁ ତିନି ଦିନରେ ସେନ୍ସେକ୍ସ ଯଥାକ୍ରମେ ୫୦୫, ୮୦୦ ଓ ୭୯୧ ପଏଣ୍ଟ୍ ହରାଇଛି। ଭାରତୀୟ ଷ୍ଟକ ବଜାର ଏଭଳି କ୍ରମାଗତ ହ୍ରାସର ଧାରା କ୍ବଚିତ୍ ଦେଖିବାକୁ ମିଳେ। ୨୦୦୮ ମସିହାରେ ସେନ୍ସେକ୍ସରେ ଅନେକ ଥର ବଡ଼ ଧରଣର ହ୍ରାସ ହୋଇଛି। କିନ୍ତୁ ଲଗାତାର ଏଭଳି ହ୍ରାସ କେବେ େହାଇନଥିଲା। ଆଜି ସେନ୍େସକ୍ସ ୭୯୨ ପଏଣ୍ଟ୍ ହ୍ରାସ ପାଇ ୩୪,୩୭୬ ପଏଣ୍ଟ୍ରେ ବନ୍ଦ ହୋଇଥିବା ବେଳେ ଜାତୀୟ ଷ୍ଟକ ବଜାରର ନିଫ୍ଟି ୧୦,୩୧୬ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍େସକ୍ସ ହ୍ରାସ ପାଉଥିବାରୁ ନିବେଶକମାନେ ତିନି ଦିନରେ ନଅ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହରାଇସାରିଲେଣି। ନିବେଶକମାନେ ଆଜି ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି।ଅଶୋଧିତ ତେଲ ଦର ୮୬ ଡଲାରରୁ ଅଧିକ ରହିବାକୁ ନେଇ ନିବେଶକମାନଙ୍କ ମନୋବଳ ଦୁର୍ବଳ ଥିଲା। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ କ୍ରମାଗତ ହ୍ରାସ ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୪ ଟଙ୍କା ସ୍ତର ଟପିଯାଇଥିଲା। ଯଦିଓ କାରବାର ଶେଷ ହେବା ବେଳକୁ ଟଙ୍କା ଦର ୭୩ ଟଙ୍କା ୭୪ ପଇସାରେ ବନ୍ଦ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ମୁ୍ଦ୍ରାନୀତିରୁ ନିବେଶକମାନେ କିିଛିଟା ବଳ ମିଳିବ ବୋଲି ଆଶା କରୁଥିଲେ। ରିଜର୍ଭ ବ୍ୟାଙ୍କ ସୁଧ ହାର ଅପରିବର୍ତିତ ରଖିବାରୁ ସେମାନେ ଆହୁରି ଭାଙ୍ଗି ପଡ଼ିଥିଲେ। ଅନ୍ୟ ପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍ଙ୍କ ଟଙ୍କା ସମ୍ପର୍କିତ ମନ୍ତବ୍ୟ ମଧ୍ୟ ନିବେଶକଙ୍କ ମନସ୍ତତ୍ତ୍ବକୁ ପ୍ରଭାବିତ କରିଥିଲା। ଉର୍ଜିତ କହିଥିଲେ ଯେ, ଟଙ୍କା ମୂଲ୍ୟ ବଜାର ସ୍ଥିତି ଉପରେ ନିର୍ଭର କରିବ।
ପୁଣି ୭୯୨ ପଏଣ୍ଟ୍ ଖସିଲା, ନିବେଶକ ହରାଇଲେ ୪ ଲକ୍ଷ କୋଟି
/sambad/media/post_attachments/wp-content/uploads/2018/10/BSE-Wikimedia-Commons.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)