ପୁଣି ଜିଓ ହେଲା ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି, ଜାଣନ୍ତୁ ଶ୍ରେଷ୍ଠ ତିନି ସ୍ଥାନରେ ଅଛନ୍ତି କେଉଁ କମ୍ପାନି

ମୁମ୍ବାଇ: ୨୦୧୬ ମସିହାରେ ଜିଓ ଲଞ୍ଚ ହେବା ପରେ ଟେଲିକମ ମାର୍କେଟରେ ଏହା ଚହଳ ପକାଇଥିଲା | ଲୋକଙ୍କୁ ମାଗଣାରେ ଡାଟା ସହ କଲିଂ ସୁବିଧା ଦେଇ ଆକୃଷ୍ଟ କରିଥିଲା | ରିଲାଏନ୍ସ ଜିଓର ଶସ୍ତା ପ୍ଲାନ ଦ୍ୱାରା ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସକ୍ଷମ ମଧ୍ୟ ହୋଇଥିଲା | ଏହି କାରଣରୁ ଅନ୍ୟ ଟେଲିକମ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଥିଲା | ଜିଓ ଲଞ୍ଚ ହେବା ପରେ ଟେଲିକମ ଦୁନିଆରେ କିଛି କମ୍ପାନୀ(ଭୋଡାଫୋନ-ଆଇଡ଼ିଆ) ପରସ୍ପର ମଧ୍ୟରେ ମିଶ୍ରଣ କରିଦେଇଥିଲେ |

MySmartPrice

ତିନି ବର୍ଷରେ ମଧ୍ୟ ଜିଓ ଟେଲିକମ ବଜାରରେ ନିଜର ଦବଦବା ଜାରି ରଖିଛି | ଯେଉଁଥିପାଇଁ ଜିଓ ପୁଣି ଥରେ ଦେଶର ସବୁଠାରୁ ବଡ ଟେଲିକମ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି | ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ୨୦୧୯ ମସିହାରେ ମଧ୍ୟ ଜିଓ ଏକ ନମ୍ବର ସ୍ଥାନ ଅଧିକାର କରିଛି |

ରିଲାଏନ୍ସ ଜିଓ ଏୟାରଟେଲ ଓ ଭୋଡାଫୋନ-ଆଇଡିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଏୟାରଟେଲ ଦୁଇ ନମ୍ବର ଓ ଭୋଡାଫୋନ-ଆଇଡ଼ିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ଯଦି ତିନିଟି କମ୍ପାନୀର ମାର୍କେଟ ସେୟାର ଉପରେ ଅନୁଧ୍ୟାନ କରାଯାଏ ତେବେ ଜିଓ ପାଖରେ ବଜାର ଅଂଶ  ୩୨.୦୪ ପ୍ରତିଶତ ରହିଥିବା ବେଳେ, ଏୟାରଟେଲର ବଜାର ଅଂଶ  ୨୮.୩୫ ପ୍ରତିଶତ ଓ ଭୋଡାଫୋନ-ଆଇଡ଼ିଆର ବଜାର ଅଂଶ  ୨୯.୧୨ ପ୍ରତିଶତ ରହିଛି | ନଭେମ୍ବର ୨୦୧୯ ସୁଦ୍ଧା ଭାରତରେ ପ୍ରାୟ ୧୧୫ କୋଟି ୟୁଜର୍ସ ଥିବା ବେଳେ ଜିଓ ପାଖରେ  ୩୭କୋଟି ବ୍ୟବହାରକାରୀ ଅଛନ୍ତି। ଅନ୍ୟପକ୍ଷରେ ବର୍ଷକ ଭିତରେ ୨୩ ଲକ୍ଷ ଗ୍ରାହକ ଏୟାରଟେଲକୁ ଛାଡ଼ିଥିବା ବେଳେ ୨୫ ଲକ୍ଷ ଗ୍ରାହକ ଭୋଡାଫୋନ-ଆଇଡିଆକୁ ଛାଡିଦେଇଛନ୍ତି |

ସମ୍ବନ୍ଧିତ ଖବର