ପୁଣି ବିବାଦରେ ନୂଆ ଜିଡିପି ହିସାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ୨୦୧୫ରେ ଲାଗୁ କରାଯାଇଥିବା ଜିଡିପି ହିସାବର ନୂଆ ପଦ୍ଧତିକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ କରାଯାଇଥିବା‌ ଏକ ବର୍ଷିକିଆ ସର୍ଭେର ରିପୋର୍ଟ ପ୍ରକାଶ ପାଇବା ପରେ ଜିଡିପି ହିସାବରେ ଥିବା ଛିଦ୍ର ବିଷୟରେ ଜଣାପଡ଼ିଛି। ଜିଡିପି ହିସାବ ପାଇଁ ନୂଆ ବ୍ୟବସ୍ଥାରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଏମ୍‌ସିଏ-୨୧ର ତଥ୍ୟକୁ ଗ୍ରହଣ କରାଯାଇଛି। ଏନ୍‌ଏସ୍‌ଏସ୍‌ଓ କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ସରକାରୀ ବିକାଶ ହାର ହିସାବ ପାଇଁ ଯେଉଁ ତଥ୍ୟ ଗ୍ରହଣ କରାଯାଉଛି ସେଥିରେ ଥିବା କଂପାନିଗୁଡ଼ିକ ମଧ୍ୟରୁ ୩୬% କଂପାନିର କୌଣସି ଖୋଜଖବର ନାହିଁ। ଏହି କଂପାନିଗୁଡ଼ିକୁ ଚିହ୍ନଟ କରାଯାଇପାରୁନାହିଁ କିମ୍ବା ସେଗୁଡ଼ିକୁଭୁଲ ବର୍ଗରେ ସାମିଲ କରାଯାଇଥାଇପାରେ ବୋଲି ଏନ୍‌ଏସ୍‌ଏସ୍‌ଓ ସର୍ଭେ ରିପୋର୍ଟରେ ଜଣାଇବ‌ା ପରେ ଜିଡିପି ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର