ପୁଣି ବଢ଼ିଲା ତେଲ ଦର

ଭୁବନେଶ୍ବର: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଘୋଷଣା କରିବାର ଦିନକ ପରେ ପୁଣି ଏହି ଦର ବଢ଼ିଛି। ସରକାରଙ୍କ ଘୋଷଣା ପରେ ଭୁବନେଶ୍ବରରେ ୫ ତାରିଖ ଦିନ ପେଟ୍ରୋଲ ଦର ୮୦ ଟଙ୍କା ୩୩କୁ ଏବଂ ଡିଜେଲ ଦର ୭୮ ଟଙ୍କା ୨୮କୁ କମିଥିଲା। କିନ୍ତୁ ୬ ତାରିଖରେ ଏହି ଦର ପୁଣି ବୃଦ୍ଧି ଘଟିଛି। ପେଟ୍ରୋଲ ଦର ୮୦ ଟଙ୍କା ୫୧କୁ ଏବଂ ଡିଜେଲ ଦର ୭୮ ଟଙ୍କା ୫କୁ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ପେଟ୍ରୋଲ ଦର ଲିଟର ପିଛା ୧୮ ପଇସା ଏବଂ ଡିଜେଲ ଦର ୩୧ ପଇସା ବଢ଼ିଯାଇଛି।

ସମ୍ବନ୍ଧିତ ଖବର