ପୁଣି ସୁଧ କମାଇବ ରିଜର୍ଭ ବ୍ୟାଙ୍କ, ଗୃହ ନିର୍ମାଣ ଅଗ୍ରୀମ ସୁଧ କମିଲା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ସୁଧ ହାରକୁ ନେଇ ମାନସମନ୍ଥନ ଜାରି ରଖିଛି। ଆସନ୍ତାକାଲି ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରାଯିବ। ଏଥର ମଧ୍ୟ ସୁଧ ହାରରେ ରିଜର୍ଭ ବ୍ୟାଙ୍କ ହ୍ରାସ ଘୋଷଣା କରିବ ‌ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷ ଜାନୁଆରି ପରଠାରୁ ବିଭିନ୍ନ ପର୍ଯ୍ୟାୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୧୦ ପ୍ରତିଶତ ଘୋଷଣା କରିସାରିଲେଣି। ଏବେ ରେପୋ ହାର ୫.୪% ସ୍ତରରେ ରହିଛି।

ଗୃହ ନିର୍ମାଣ ଅଗ୍ରୀମ ସୁଧ କମିଲା
ନୂଆଦିଲ୍ଲୀ: ଗୃହ ନିର୍ମାଣ ଅଗ୍ରୀମ ସୁଧ ହାର ୭.୯%କୁ ହ୍ରାସ ପାଇଛି। ପୂର୍ବରୁ ଏହା ୮.୫% ଥିଲା। ସବୁ ପ୍ରକାର ଋଣ ଲାଗି ଏହି ସୁଧ ଲାଗୁ ହେବ। ସ୍ଥରୟୀ ସରକାରୀ କର୍ମଚାରୀଙ୍କ ବ୍ୟତୀତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ଲାଗି ମଧ୍ୟ ଏହା ଲାଗୁ ହେବ।

ସମ୍ବନ୍ଧିତ ଖବର