ନୂଆଦିଲ୍ଲୀ: ପଦାକୁ ଆସିଛି ପୁଣି ଏକ ବଡ଼ ଧରଣର ବ୍ୟାଙ୍କ ଜାଲିଆତି। ଦିଲ୍ଲୀଭିତ୍ତିକ ଏକ କୃଷିଜାତ ଉତ୍ପାଦ ସାମଗ୍ରୀ ରପ୍ତାନିକାରୀ କମ୍ପାନି ଆମିରା ପିୟୋର ଫୁଡ୍ସ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଓ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏନେଇ ଦୁର୍ନୀତି ଓ ଠକେଇ ମାମଲା ରୁଜୁ ହୋଇଛି। କମ୍ପାନିର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକମାନେ ୧୨ଟି ବ୍ୟାଙ୍କକୁ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୂନ ଲଗାଇଛନ୍ତି। ତେବେ ଅଭିଯୁକ୍ତ ପ୍ରତିଷ୍ଠାତା ଓ ନିର୍ଦ୍ଦେଶକମାନଙ୍କର କୌଣସି ପତ୍ତା ମିଳୁନାହିଁ। ତେଣୁ ସେମାନେ ଦେଶ ଛାଡ଼ି ବିଦେଶ ପଳାଇଥିବା ସନ୍ଦେହ କରାଯାଉଛି। ସିବିଆଇ ପକ୍ଷରୁ ବୁଧବାର ଚଢ଼ଉ କରାଯାଇଛି। ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ସିବିଆଇ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି) ପକ୍ଷରୁ ଆମିରା ପିୟୋର ଫୁଡ୍ସ ପ୍ରାଇଭେଟ ଲିମିଟେଡର ନିର୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।
ପୁଣି ୧୨୦୦ କୋଟିର ବ୍ୟାଙ୍କ ଜାଲିଆତି, ମାମଲା ରୁଜୁ କଲା ସିବିଆଇ
ଅଭିଯୁକ୍ତ ଦେଶଛାଡ଼ି ଫେରାର୍!
/sambad/media/post_attachments/wp-content/uploads/2020/10/fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)