ପୁଣି ଦୁଇ ଉଦ୍ୟୋଗୀ ଭାଇଙ୍କ ଭିତରେ ଝଗଡ଼ା

ନୂଆଦିଲ୍ଲୀ: ଫୋର୍ଟିସ୍‌ ହେଲ୍‌ଥକେୟାରର ପ୍ରତିଷ୍ଠାତା ଶିବିନ୍ଦର ମୋହନ ସିଂହ ଓ ତାଙ୍କ ବଡ଼ ଭାଇ ମାଲବିନ୍ଦର ମୋହନ ସିଂହଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି। ଶିବିନ୍ଦର ନିଜ ବଡ଼ ଭାଇ ବିରୋଧରେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ମାମଲା ଦାୟର କରିଛନ୍ତି। ବଡ଼ ଭାଇ କଂପାନି ପରିଚାଳନାରେ ବିଭ୍ରାଟ କରୁଥିବା ସେ ଅଭିଯୋଗ କରିଛନ୍ତି। ଉତ୍ତରାଧିକାରୀ ସୂତ୍ରରେ ବ୍ୟବସାୟର ଯେଉଁ ସାମ୍ରାଜ୍ୟ ମିଳିଥିଲା ତାହା ଧୀରେ ଧୀରେ ହାତରୁ ଖସିଯାଉଥିବାରୁ ସିଂହ ଭାଇଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଛି। ଶିବିନ୍ଦର କହିଛନ୍ତି ଯେ, ମୁଁ ଭାଇଙ୍କ ସହିତ ମିଶି ଆଗକୁ ବଢ଼ିପାରିବି ନାହିଁ। ମୁଁ ତାଙ୍କଠାରୁ ଅଲଗା ହୋଇ ସ୍ୱାଧୀନ ଭାବେ ଆଗକୁ ବଢ଼ିବାକୁ ଚାହୁଛି।

ସମ୍ବନ୍ଧିତ ଖବର